September 27, 2023

Satya News

odia news channel

ନବରଙ୍ଗପୁର ପରିବାର ଅଦାଲତ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗୀତା

 

ନବରଙ୍ଗପୁର: ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଆଦେଶକ୍ରମେ ନବରଙ୍ଗପୁର ପରିବାର ଅଦାଲତ ଓ ଜିଲ୍ଲା ଅଦାଲତର ମିଳିତ ଆନୁକୁଲ୍ୟରେ ଶିଶୁ ଦିବସ ଅବସରରେ ସ୍ଥାନୀୟ ନୂତନ ଜିଲ୍ଲା ଅଦାଲତ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଏହି ଚିତ୍ରାଙ୍କନ ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ ଅଶୋକ କୁମାର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ରେ ଯୋଗ ଦେଇ ସେମାନଙ୍କର ମନୋବଳ ବୃଦ୍ଧି କରିଥିବା କହିଥିଲେ । ପାଠପଢା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ୟ୍ୟକ୍ରମରେ ଭାଗ ନେଲେ ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପରିବାର ବିଚାରବିଭାଗୀୟ ଜଜ ସଞ୍ଜୟ କୁମାର ସାହୁ ଯୋଗଦେଇ ହାଇକୋର୍ଟଙ୍କ ନିର୍ଦେଶରେ ଏହି ପ୍ରତିଯୋଗୀତ। କରାଯାଇଛି । ଛାତ୍ରଛାତ୍ରୀମାନେ ସବୁ କାର୍ୟ୍ୟକ୍ରମରେ ଖେଳୁଆଡ଼ ମନୋବୃତି ରଖିବାକୁ ପରାମର୍ଶ ଦେଇଥିଲେ । ଶିଶୁ ଦିବସ ପାଳନ ଅବସରରେ ଶିଶୁମାନଙ୍କ ତଥା ଛାତ୍ରଛାତ୍ରୀଙ୍କ ଉଜ୍ଵଳ ଭବିଷ୍ୟ ଗଠନରେ ମାଆ ବାପାଙ୍କ ଭୂମିକା ତଥା ପରିବାରର ଗୁରୁତ୍ଵ ଥିବା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଆଜି ଦିବସର ମହତ୍ଵ ସମ୍ପର୍କରେ କହିଥିଲେ ।

 

Spread the love