
ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଦଳକୁ ନେଇ ଯେମିତି ସେ ବିଷୋଦଗାର କରିଛନ୍ତି ତାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ନିଜର ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଆଜାଦ ରାହୁଲ ଗାନ୍ଧୀଙ୍କ ନେତୃତ୍ଵ କ୍ଷମତା ଉପରେ ପ୍ରଶ୍ନ ଉଠାଇବା ସହ ଦଳର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। କଂଗ୍ରେସ ଏମିତି ସ୍ଥିତିରେ ପହଞ୍ଚି ଯାଇଛି, ଯେଉଁଠି ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ବୋଲି ଆଜାଦ କହିଥିଲେ।
ଏହା ମଧ୍ୟରେ ଜଣେ ପରେ ଜଣେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସମାଲୋଚନା କରୁଛନ୍ତୀ। ସେମାନଙ୍କ ମଧ୍ୟରୁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଜି-୨୩ର ସଦସ୍ୟ ଜୟରାମ ରମେଶ କହିଛନ୍ତି, ଏମିତି କାମ କରି ଗୁଲାମ ନବୀ ଆଜାଦ ନିଜ ବାସ୍ତବ ଚରିତ୍ର ଦେଖାଇଛନ୍ତି।
ରମେଶ ଦାବି କରିଛନ୍ତି ଗୁଲାମ ନବୀ ଆଜାଦ ଡିଏନଏ ମୋଦୀଯୁକ୍ତ ହୋଇ ଯାଇଛନ୍ତି। କଂଗ୍ରେସର ସବୁଠୁ ବଡ ରାଜନୈତିକ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରତି ଆଜାଦ ପ୍ରଭାବିତ ହୋଇଥିବା ଜୟରାମ ରମେଶ କହିଛନ୍ତି। କଂଗ୍ରେସ ନେତୃତ୍ଵ ଦ୍ଵାରା ଆଜାଦଙ୍କୁ ଦଳରେ ସର୍ବୋଚ୍ଚ ସମ୍ମାନ, ପଦ ସବୁ ଦିଆଯାଇଛି। ହେଲେ ସେ ଯେଉଁଭଳି ଭାବେ କଂଗ୍ରେସ ଉପରେ ଅପବାଦ ଲଦିଛନ୍ତି ସେଥିରୁ ତାଙ୍କର ପ୍ରକୃତ ଚରିତ୍ର ବାରି ହୋଇ ପଡୁଛି। ଜିଏନଏଙ୍କ ଡିଏନଏ ମୋଦୀଯୁକ୍ତ ହୋଇଥିବା ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ରମେଶ କହିଛନ୍ତି।
ଜୟରାମ ରମେଶ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, ଯେଉଁ ବ୍ୟକ୍ତିଙ୍କୁ ଦଳରେ ଏବଂ ଦଳୀୟ ନେତୃତ୍ଵ ଏତେ ସମ୍ମାନ ଦେଲେ ସେହି ବ୍ୟକ୍ତି କଂଗ୍ରେସ ଉପରେ ବ୍ୟକ୍ତିଗତ ଆକ୍ରମଣ କରି ନିଜର ଅସଲ ଚରିତ୍ର ଦେଖାଇ ଦେଇଛନ୍ତି। ପ୍ରଥମେ ମୋଦୀ ଆଜାଦଙ୍କ ପାଇଁ ସଂସଦରେ ଲୁହ ଗଡାଇବା, ପୁଣି ପଦ୍ମ ବିଭୂଷଣ ଏସବୁ କୌଣସି ସଂଯୋଗ ନଥିଲା। ଏସବୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଥିଲା ବୋଲି ରମେଶ କହିଛନ୍ତି।
ଆଜାଦ କଂଗ୍ରେସରୁ ସେହି ସମୟରେ ଇସ୍ତଫା ଦେଇଛନ୍ତି ଯେତେବେଳେ ପାର୍ଟି ନିଜର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ କରିଛି। ଏହା କଂଗ୍ରେସ ପାଇଁ ବଡ ଝଟକା ହୋଇଛି। କିଛି ଦିନ ପୂର୍ବେ ଆଜାଦ ପାର୍ଟିର ରାଜନୈତିକ ବ୍ୟାପାର କମିଟିରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ ଦଳ ଆଗାମୀ କିଛି ଦିନରେ ଭାରତଯୋଡ ଯାତ୍ରା ଆରମ୍ଭ କରି ବିଜେପି ବିରୋଧରେ ନିଜର ସ୍ଵର ଟାଣ କରିବାକୁ ଚାହୁଁଛି। କିନ୍ତୁ ଦଳରୁ ଜଣେ ପରେ ଜଣେ ନେତା ଇସ୍ତଫା ଦେବା ଦଳକୁ ଦୁର୍ବଳ କରିବାରେ ଲାଗିଛି।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ