September 21, 2023

Satya News

odia news channel

ନେପାଳରେ ବର୍ଷା ବିତ୍ପାତ ; ୨୧ ମୃତ

 

କାଣ୍ଠମାଣ୍ଡୁ : ଭାରତ ପରେ ଏବେ ନେପାଳରେ ମଧ୍ୟ ବର୍ଷାର ବିତ୍ପାତ ଦେଖାଯାଇଛି। ପ୍ରବଳ ବର୍ଷା ଓ ଭୂସ୍ଫଳନ କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଏଯାଏଁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ନିଖୋଜ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ଏନେଇ ସୂଚନା ଦେଇଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖୁବ ଖରାପ ପରିସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କାଠମାଣ୍ଡୁରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଅଦିନିଆ ପ୍ରବଳ ବର୍ଷା କାରଣରୁ ସୁଦୁରପଶ୍ଚିମ ପ୍ରାନ୍ତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ସେହିପରି ନେପାଳର କଞ୍ଚନପୁର, ଡୋଟି, କେଲାଲୀ, ଡଡେଲଧୁରା, ବେତଡୀ ଓ ବଝାଙ୍ଗ ଜିଲାରେ ବର୍ଷା ଜନିତ ବନ୍ୟା ଜଳ କାରଣରୁ ଅଧିକ ପ୍ରଭାବିତ ହୋଇଛି। ଏହାବ୍ୟତୀତ ମହାକାଲୀ, କରନାଲୀ ଓ ସେତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

 

Spread the love