September 27, 2023

Satya News

odia news channel

ଫୁଲବାଣୀରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏୟାରଲିଫ୍ଟ କରାଗଲା

 

ଫୁଲବାଣୀ: ଫୁଲବାଣୀରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏୟାରଲିଫ୍ଟ କରାଗଲା। ଚିକିତ୍ସା ପାଇଁ ପ୍ରତାପଙ୍କୁ ଭୁବନେଶ୍ୱର ଅଣାଯାଉଛି। ଗତକାଲି ରାତିରୁ ପ୍ରତାପ ଜେନା ଅସୁସ୍ଥ ଥିବା ବେଳେ ଆଜି ଜ୍ୱର ବଢିଥିଲା। ଏପରିକି ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ପ୍ରତାପ। କନ୍ଧମାଳ ଗସ୍ତରେ ଥିବା ବେଳେ ହଠାତ୍ ଏମିତି ଅସୁସ୍ଥ ହୋଇପଡିଛନ୍ତି ପ୍ରତାପ।
ଗତକାଲି ପ୍ରତାପ ଅସୁସ୍ଥ ହେବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ଆଜି ଦେହ ଅଧିକ ଅସୁସ୍ଥ ହେବାରୁ ସଙ୍ଗେସଙ୍ଗେ ତାଙ୍କୁ ଏୟାରଲିଫ୍ଟ କରି ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଅଭିମୁଖେ ଉଡାଣ ଭରିଥିଲା। ଫୁଲବାଣୀରେ ପ୍ରତାପ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ଭୁବନେଶ୍ୱର ଅଭିମୁଖେ ଅଣାଯାଇଛି। ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିଲେ ମନ୍ତ୍ରୀ ପ୍ରତାପ ଜେନା।

Spread the love