September 27, 2023

Satya News

odia news channel

ବାବା ବିମଳେଶ୍ଵର ଶିବ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟିକା

 

ରେଙ୍ଗାଲିକେମ୍ପ  :  ଅତାବିରା ବ୍ଲକ ପଲସାପାଲି ଠାରେ ବାବା ବିମଳେଶ୍ଵର ଶିବ ମନ୍ଦିର ନିର୍ମାଣ ପାଇଁ  ବିଧାୟିକା  ସ୍ନେହାଙ୍ଗିନୀ ଛୁରିଆ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କୁଳମଣି ପ୍ରଧାନଙ୍କ ସଭାପତିତ୍ବରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟିକା ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ରିତା ସାହୁ,ସରପଞ୍ଚ ହରିଶଙ୍କର ବେହେରା,ଆର୍ ଏମ୍ ସି ଉପାଧ୍ୟକ୍ଷ ସୁଦାମ ଜାଲ,ବିଜେଡି ଏନ୍ ଏ ସି ସଭାପତି ମଣ୍ଟୁ ପଣ୍ଡା,ଉର୍କୁଲୁ ସାହୁ ,ଦୁଃଖିଶ୍ୟାମ ପ୍ରଧାନ ,ହରିହର ପ୍ରଧାନ ଓ ସନ୍ତୋଷ ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାଶିନ ଥିଲେ । ପଲସାପାଲିର ଆଜାଦ ହିନ୍ଦ ଯୁବକ ସଂଘର ଆୟୋଜକ କ୍ରମେ ଏହି କାର୍ୟ୍ୟକ୍ରମରୁ ଅନୁଷ୍ଠିତ ହୋଇଥିଲା। ବିଧାୟିକା ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର କରିବା ସହ ମନ୍ଦିର ନିର୍ମାଣରେ ଆବଶ୍ୟକ ପଡ଼ିଲେ ଆହୁରି ଅର୍ଥ ଯୋଗାଇଦେବା ପାଇଁ ସାଧାରଣଙ୍କ ଉପସ୍ଥିତିରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରତିଶ୍ରୁତି ଦେଇଛନ୍ତି। ପଣ୍ଡିତ ଜଗଦୀଶ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଏହି ଶିଳାନ୍ୟାସ କରାଯାଇଛି। ଏହାପରେ ବିଧାୟିକା  ନିକଟସ୍ଥ ମାଁ ହିର୍ଲିପଳିଏନ ମନ୍ଦିର ଦର୍ଶନ କରି ଶତାଧିକ ମହିଳାଙ୍କ ସମାବେଶ କ୍ରମେ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଶିଳାନ୍ୟାସ ସ୍ଥଳକୁ ପହଞ୍ଚିଥିଲେ। ଏକତା ଯୁବକ ସଂଘ ପକାସାପାଲି ପକ୍ଷରୁ ବିଧାୟିକାଙ୍କୁ ବିପୁଳ ସ୍ଵାଗତ ଜଣାଇଥିଲେ। ଏହି କାର୍ୟ୍ୟକ୍ରମରେ ପଞ୍ଚାନନ ପ୍ରଧାନ, ଗଣେଶ ସାହୁ , ଭାରତ ପ୍ରଧାନ, ଟଙ୍କ ଦାଶ ତଥା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା ।

Spread the love