September 28, 2023

Satya News

odia news channel

ରାଷ୍ଟ୍ରୀୟ ଲୋକ ଅଦାଲତ, ରାଜ୍ୟରେ ୧୨ ହଜାର ମାମଲା ଫଇସଲା

 

କଟକ: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବିଚାରପତି ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ସାରା ରାଜ୍ୟରେ ୧୨ ହଜାର ୯ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫଇସଲା ହୋଇଛି। ପ୍ରାକ୍ ମୋକଦ୍ଦମା ସ୍ତରୀୟ ୭୯ ହଜାର ୯୧୨ଟି ମାମଲା ମଧ୍ୟରୁ ୨ ହଜାର ୯୮୬ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା।

Spread the love