ପାଟଣା: ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟ ଅଧ୍ୟାପିକା ନିବେଦିତା ଶୁକ୍ଳାଙ୍କ ପରିଚାଳନାରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିଥିଲେ। ଏହି ସଭାରେ +୨ର ଅଧ୍ୟକ୍ଷ ନିରାକାର ସ୍ୱାଇଁ ଏବଂ +୩ର ଅଧ୍ୟକ୍ଷ ଦୈତାରି ମହାନ୍ତ ଅତିଥି ଭାବେ ଏବଂ ଜଗବନ୍ଧୁ ମହାନ୍ତ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ସଭାକୁ ମଣ୍ଡନ କରିଥିଲେ।
ଏହି ସଭାରେ ଅଧ୍ୟାପକ ବିଷ୍ଣୁ ଚରଣ ସାମଲ, ତପନ କୁମାର ମହାନ୍ତ, ମନୋରଞ୍ଜନ ପଲେଇ, ଡକ୍ଟର ତ୍ରିଲୋଚନ ପଣ୍ଡା, ସନ୍ତୋଷ ନାରାୟଣ, ପଙ୍କଜ ଶତପଥୀ, ରୁଦ୍ର ନାରାୟଣ ମହାନ୍ତ ଏବଂ ଅଧ୍ୟାପିକା ରଶ୍ମିତା ସାହୁ, ସ୍ମରଣିକା ବାରିକ୍, ପ୍ରିୟଙ୍କା ଦାଶ ଆଦି ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମସ୍ତ ଅତିଥିଗଣଙ୍କୁ ଉପଢୌକନ ସହିତ ପୁଷ୍ପଗୁଚ୍ଛ ଓ ଉପହାର ଦ୍ଵାରା ସ୍ବାଗତ କରାଯାଇଥିଲା। ଶେଷରେ +୩ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରିଥିଲେ। ଏହି ସଭାରେ ଛାତ୍ର ଅରବିନ୍ଦ ବାରିକ୍, ମାତୃପ୍ରସାଦ ସତ୍ୟଜିତ ମିଶ୍ର ଏବଂ ଛାତ୍ରୀ ସମ୍ପୂର୍ଣ୍ଣ। ମହାପାତ୍ର, ତପସ୍ଵିନୀ ମହାନ୍ତ ଏବଂ ଅନ୍ୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଭା ପରିଚାଳନା ହେଇଥିଲା। ଏଥିରେ ସବୁ ଛାତ୍ରଛାତ୍ରୀଙ୍କୁ ଗଛ ଉପହାର ସହିତ ଅନ୍ୟାନ୍ୟ ଉପହାର ପ୍ରଦାନ କରାଯାଇଥିଲା। ଶେଷରେ ରାଜନୀତି ବିଭାଗର ମୁଖ୍ୟ ଅଧ୍ୟାପିକା ନିବେଦିତା ଶୁକ୍ଳା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ