September 25, 2023

Satya News

odia news channel

ଲିସେସଷ୍ଟାୟର ବିପକ୍ଷରେ ପାଭିଲିୟନ ଫେରିଲେ ଭାରତର ଅଧା ବ୍ୟାଟସମ୍ୟାନ, ଏବେ କୋହଲିଙ୍କ ଉପରେ ସଭିଙ୍କ ନଜର

 

ନୂଆଦିଲ୍ଲୀ:  ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧ରୁ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ। ଏହା ପୂର୍ବରୁ ଭାରତ ଲିସେସଷ୍ଟାୟର ବିପକ୍ଷରେ ଓ୍ଵାର୍ମଅପ୍ ମ୍ୟାଚ୍ ଖେଳୁଛି। ତେବେ ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଗୁରୁବାର ପ୍ରଥମ ଦିନର ପ୍ରଥମ ସେସନରେ ଭାରତୀୟ ଦଳର ଅଧା ବ୍ୟାଟସମ୍ୟାନ ପାଭିଲିୟନ ଫେରିଛନ୍ତି। ଅଧିନାୟକ ରୋହିତ ଶର୍ମା ସମେତ ଶୁଭମାନ ଗିଲ୍, ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା ଏବଂ ଶ୍ରେୟସ ଆୟରଙ୍କ ପରି ବ୍ୟାଟସମ୍ୟାନ ଇଂଲଣ୍ଡର ଘରୋଇ ବୋଲରଙ୍କ ସାମ୍ନାରେ ଧରାଶାୟୀ ହୋଇଛନ୍ତି।

ଲିସେସଷ୍ଟାୟରରେ ଖେଳା ଯାଉଥିବା ୪ ଦିନିଆ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍ ଓପନିଂ କରିଥିବା ବେଳେ ଲିସେସଷ୍ଟାର ପକ୍ଷରୁ ଯଶପ୍ରୀତ ବୁମରା ବୋଲିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଲିସେସଷ୍ଟାୟର ପକ୍ଷରୁ ବୁମରାଙ୍କ ବ୍ୟତୀତ ଋଷଭ ପନ୍ତ, ଚେତେଶ୍ଵର ପୂଜାରା ଏବଂ ପ୍ରସିଦ୍ଧ କୃଷ୍ଣା ଖେଳୁଛନ୍ତି।

ଭାରତକୁ ପ୍ରଥମ ଝଟକା ଗିଲ୍‌ଙ୍କ ରୂପେ ଲାଗିଥିଲା। ଗିଲ୍ ୨୧ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ୨୫ ରନ କରିଥିଲେ। ହନୁମା ବିହାରୀ(୩) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଚତୁର୍ଥ ଝଟକା ଭାରତକୁ ଶ୍ରେୟସ ଆୟରଙ୍କ ରୂପେ ଲାଗିଥିଲା। ଆୟର ଖାତା ମଧ୍ୟ ଖୋଲି ପାରିନଥିଲେ। ରବୀନ୍ଦ୍ର ଜାଡେଜା ୧୩ ରନ କରି ଆଉଟ୍ ହୋଇଥିଲେ। ଏବେ କୋହଲିଙ୍କ ଉପରେ ସଭିଙ୍କ ନଜର ରହିଛି। ସେ ୯ ରନ କରି ଅପରାଜିତ ଅଛନ୍ତି। ତାଙ୍କ ସହ କ୍ରିଜରେ ଅଛନ୍ତି ଶ୍ରୀକର ଭରତ(୬) । ବର୍ଷା ଯୋଗୁଁ ଖେଳ ବାଧା ପ୍ରାପ୍ତ ହୋଇଛି।

Spread the love