
ପାଟଣା ୨୭।୧୧: ଶାନ୍ତି ଓ ମୈତ୍ରୀର ପ୍ରତୀକ ଅଶୋକ ଚକ୍ରକୁ ଅସମ୍ମାନ । ଭଗ୍ନ ଅବସ୍ଥାରେ ବ୍ଲକ କାର୍ଯ୍ୟାଳୟରେ ପଡିରହିଛି ଅଶୋକ ଚକ୍ର । କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଚିତ୍ର ।

ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ଅଶୋକ ଚକ୍ର ସ୍ତମ୍ଭ ପାଟଣା ବ୍ଳକ କାର୍ଯ୍ୟାଳୟରେ ଶୋଭା ପାଇ ଆସୁଥିଲା । କିନ୍ତୁ ବ୍ଲକ୍ କାର୍ଯ୍ୟାଳୟ ନବୀକରଣ ସମୟରେ ଏହି ସ୍ତମ୍ଭକୁ ଭାଙ୍ଗି ଦିଆଯାଇଥିଲା । ନବୀକରଣ ଶେଷ ହେବାର ଦୀର୍ଘ ଦିନ ବିତିଥିଲେ ସୁଦ୍ଧା ଭଗ୍ନ ଅଶୋକ ସ୍ତମ୍ଭ କାର୍ଯ୍ୟାଳୟର ଗୋଟିଏ ପାର୍ଶ୍ଵରେ ପଡ଼ିରହିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ବ୍ଲକ ପ୍ରଶାସନ ର ଦାୟିତ୍ୱ ହୀନତା କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ