September 26, 2023

Satya News

odia news channel

ସିରମ୍ ଟିକା କୋଭୋଭାକ୍ସକୁ ହୁ’ ମାନ୍ୟତା

 

ଜେନେଭା : ଭାରତ ତିଆରି କରୋନା ଟିକା କୋଭୋଭାକ୍ସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଶୁକ୍ରବାର ଜରୁରୀ ବ୍ୟବହାର ଅନୁମତି ଦେଇଛି । ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏହି ଟିକାକୁ ତିଆରି କରିଛି । ଆମେରିକାର କମ୍ପାନୀ ନୋଭାଭାକ୍ସର ଲାଇେସନ୍ସ ଅଧୀନରେ ଏସଆଇଆଇ ଏହି ଟିକା ତିଆରି କରିଛି । କୋଭୋଭାକ୍ସକୁ ହୁ’ରୁ ମାନ୍ୟତା ପରେ ଏହାକୁ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରକୁ ବଣ୍ଟନ କରାଯିବ ଲାଗି ଉଦ୍ୟମ କରାଯିବ। ବିଶେଷତଃ ବିଶ୍ବର ଗରିବ ରାଷ୍ଟ୍ରଗୁଡିକୁ ଏହି ଟିକା ବଣ୍ଟନ କରାଯିବ। ହୁ’ର ଟିକା ମୁଖ୍ୟ ମାରିଏଞ୍ଜେଲା ସିମାଓ କହିଛନ୍ତି ଯେ କରୋନାର ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣ ହେଉଥିବା ସତ୍ତ୍ବେ ଟିକା ଲୋକଙ୍କୁ ଗୁରୁତର ଅସୁସ୍ଥରୁ ରକ୍ଷା ଦେଉଛି । ବିଶ୍ବର ୪୧ଟି ଗରିବ ରାଷ୍ଟ୍ରରେ ଏବେ ସୁଦ୍ଧା ୧୦% ଲୋକ ଓ ୯୮ଟି ରାଷ୍ଟ୍ରରେ ୪୦% ଲୋକ ଏବେ ସୁଦ୍ଧା କରୋନା ଟିକା ପାଇପାରି ନାହାନ୍ତି।

Spread the love