
ନୂଆଦିଲ୍ଲୀ: ‘ସେଣ୍ଟ୍ରାଲ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ୍ ଟେଷ୍ଟ୍’ ବା ‘ସିୟୁଇଟି ୨୦୨୨’ ନିମନ୍ତେ ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ) ତା’ର ୱେବ୍ସାଇଟ୍ ‘ଏନ୍ଟିଏ.ଏସି.ଇନ୍ରେ ବିଜ୍ଞପ୍ତି ଜାରି କରିଛି।
ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୨୦୨୨ ଏପ୍ରିଲ୍ ୨ ତାରିଖରୁ ଏପ୍ରିଲ୍ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ‘ସିୟୁଇଟି ୨୦୨୨’ ନିମନ୍ତେ ସେମାନଙ୍କର ନାମ ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍ କରିପାରିବେ।
‘ସିୟୁଇଟି ୨୦୨୨’କୁ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ସହ ‘କମ୍ପ୍ୟୁଟର୍ ବେସ୍ଡ୍ ଟେଷ୍ଟ୍’ କରିବା ପାଇଁ ‘ଏନ୍ଟିଏ’ ଯୋଜାନ କରିଛି। ପ୍ରାର୍ଥୀମାନଙ୍କ ପାଇଁ ‘ସିୟୁଇଟି ୨୦୨୨’ ପରୀକ୍ଷା ତାମିଲ୍, ତେଲୁଗୁ, କନ୍ନଡ଼, ମାଲାୟାଲମ୍, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା, ଅହମିୟା, ପଞ୍ଜାବୀ, ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁ ଆଦି ୧୩ଟି ଭାଷାରେ କରାଯିବ।
‘ସିୟୁଇଟି ୨୦୨୨’ ପରୀକ୍ଷା ଦେବାକୁ ଆଗ୍ରହୀ ପ୍ରାର୍ଥୀମାନେ ୩ଟି ସେକ୍ସନ୍ରେ ପରୀକ୍ଷା ଦେବା ଆବଶ୍ୟକ। ପ୍ରଥମଟି ହେଉଛି ‘ଲାଙ୍ଗୁଏଜେସ୍’ (ଏ ଓ ବି), ଦ୍ବିତୀୟଟି ହେଉଛି ‘ଡୋମେନ୍ ସ୍ପେସିଫିକ୍ କ୍ବୋଶ୍ଚିନ୍ସ୍’ ଏବଂ ତୃତୀୟଟି ହେଉଛି ଜେନେରାଲ୍ ଟେଷ୍ଟ୍।
ପ୍ରତି ସେକ୍ସନ୍ରେ ‘ମଲ୍ଟିପଲ୍-ଚଏସ୍’ ପ୍ରଶ୍ନ ଆସିବ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ