
ସମ୍ୱଲପୁର, ୧୬/୦୭: ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ୧୮ ତାରିଖରେ ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି । ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏନେଇ ଶାଖା ନଦୀ ଫୁଲି ଉଠିବାର ସମ୍ଭାବନା ଥିବାରୁ ନଦୀକୁ ଯିବାକୁ ବାରଣ କରାଯାଇଛି ।
ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ବଢୁଛି । ଏହା ସହ କଲମାର ସବୁ ଗେଟ ଖୋଲା ରହିଛି । ଆଜି ଜଳସ୍ତର ବୃଦ୍ଧି ପାଇ ୬୦୭ ଫୁଟରେ ପହଂଚିଲାଣି । ଫଳରେ ୧୮ ତାରିଖ ପ୍ରଥମ ଦିନରେ ୫ଟି ଗେଟ ଖୋଲାଯିବ ।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ