
ଶ୍ରୀନଗର: ମାର୍ଚ୍ଚ ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ବନ୍ଦ ରହିଥିଲା ଅମରନାଥ ଯାତ୍ରା। ଏବେ ସଂକ୍ରମଣ କମ ହେବା ସହ କଟକଣା କୋହଳ ହେବା ପରେ ସରକାର ପୁଣି ଥରେ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଏହି ଯାତ୍ରା ୪୩ଦିନ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ମାନି ଲୋକଙ୍କୁ ଯାତ୍ରା କରିବାକୁ ହେବ। ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଆଜି ଟୁଇଟ୍ କରି ସୂଚନା ଦିଆଯାଇଛି। ଯାତ୍ରା ଆରମ୍ଭ କରିବାର ନିଷ୍ପତ୍ତି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ବୈଠକରେ ନିଆଯାଇଛି।
୨୦୧୯ମସିହାରେ ଅମରନାଥ ଯାତ୍ରା ଅଧାରୁ ବନ୍ଦ ହୋଇଥିଲା। ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହଟାଯିବା ପୂର୍ବରୁ ଏହା ଘଟିଥିଲା । ଏହା ପରେ, କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ଯାତ୍ରା ବନ୍ଦ ରହିଥିଲା। ତେବେ ବୈଦିକ ଜପ ସହିତ ବାବା ଅମରନାଥଙ୍କ ପୂଜାର୍ଚ୍ଚନା ପବିତ୍ର ଗୁମ୍ଫାରେ ଜାରି ରହିଥିଲା।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ