
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୪୩ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭଗ ପକ୍ଷରୁ କୁହାଯାଇଛି।
ଆଜି ସୁନ୍ଦରଗଡ ସର୍ବାଧିକ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାବ୍ୟତୀତ ଝାରସୁଗୁଡ଼ା ଓ ବରଗଡରୁ ୨ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଅନ୍ୟ ଜିଲ୍ଲା ଯଥା ସମ୍ବଲପୁର, ଅନୁଗୋଳ, ଭୁବନେଶ୍ୱର, ଦେଓଗଡ, ନୟାଗଡ଼, ପୁରୀ ଓ ମୟୂରଭଞ୍ଜରୁ ଜଣେ ଲେଖାଏ ରୋଗୀ ଅଖିବୁଜିଛନ୍ତି।
ସୂଚନାଥାଉ କି, ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି ରାଜ୍ୟରେ ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା