ନୂଆଦିଲ୍ଲୀ,୨୯ ।୧: ଦେଶର ମହିଳାମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷିତ ଗର୍ଭପାତ ଲାଗି ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମେଡିକାଲ ଟର୍ମିନେଶନ ଅଫ ପ୍ରେଗନାନ୍ସୀ (ସଂଶୋଧନ) ବିଲ, ୨୦୨୦କୁ କ୍ୟାବିନେଟ ଅନୁମୋଦନ କରିଛି । ଏହି ବିଧେୟକ ବଳରେ ମେଡିକାଲ ଟର୍ମିନେଶନ ଅଫ ପ୍ରେଗନାନ୍ସୀ ଆକ୍ଟ, ୧୯୭୧ରେ ସଂଶୋଧନ ଅଣାଯିବ । ସୁରକ୍ଷିତ ଗର୍ଭପାତର ସର୍ବୋଚ୍ଚ ସମୟସୀମା ୨୦ ସପ୍ତାହରୁ ବୃଦ୍ଧିକରି ୨୪ ସପ୍ତାହ କରାଯିବ । ଫଳରେ ବଳାତ୍କାର ପୀଡ଼ିତା ଓ ନାବାଳିକାଙ୍କୁ ଆଶ୍ୱସ୍ତି ମିଳିବ । ଆସନ୍ତା ବଜେଟ ଅଧିବେଶନରେ ଏହି ବିଲକୁ ପାର୍ଲାମେଣ୍ଟରେ ଗୃହୀତ କରିବା ପାଇଁ ସରକାର ଉଦ୍ୟମ କରିବେ ।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ