ଭୁବନେଶ୍ୱର,୨୮/୧୨: ରାଜ୍ୟ ସରକାର ଶୁକ୍ରବାର ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳର ରାଜସ୍ୱ କମିସନର ଭାବେ ବଦଳି କରାଯାଇଥିବାବେଳେ ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟସ୍ ନିର୍ଦ୍ଦେଶକ ଭାର ଦିଆଯାଇଛି। ପ୍ରଶାନ୍ତ ସେନାପତିଙ୍କୁ ଏସସି/ଏସଟି ଓ ଓବିସି ବିଭାଗର ନିର୍ଦ୍ଦେଶକ, ଏଏସ୍ ନରୱାଣେଙ୍କୁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ଏନ ଥିରୁମାଲା ନାଏକଙ୍କୁ ଶ୍ରମ କମିଶନର ଦାୟିତ୍ୱ ଦିଆଯାଇଛି। ଭି. ଜୟକୁମାରଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ