
କପିଳାସ : କପିଳାସ ବନାଂଚଳରେ ଢେଙ୍କାନାଳ ବନବିଭାଗର ଚଢାଉ। ବିଭିନ୍ନ ଜଙ୍ଗଲ ବନ୍ୟ ଜନ୍ତୁଙ୍କର ଦେହା ବଶେଷ ଜବତ କରାଯାଇଛି । ଏଥିସହ ବନବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଶିକ୍ଷକ । ତେବେ ବଡ଼ କଥା ହେଉଛି, ଶିକ୍ଷକ ଜଣକ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଡେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି । ଜବତ ଜଙ୍ଗଲ ସାମଗ୍ରୀ ମଧ୍ୟରେ କଲରାପତରିଆ ବାଘ ଛାଲ , ହାତୀ ଓ ବାର୍ହା ଦାନ୍ତ, ଭାଲୁ ନଖ, କଇଁଛ ଖୋଳ ମଧ୍ୟ ଜବତ ହୋଇଛି ।
ଗତକାଲି ମଧ୍ୟ କପିଳାସ ଅଭୟାରଣ୍ୟରୁ ହରିଣ ଛାଲ, ବଜ୍ରକାପ୍ତା କାତି ଜବତ ହୋଇଥିଲା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ବାରମ୍ବାର ଏପରି ଭାବରେ ବନ୍ୟଜନ୍ତୁମାନଙ୍କୁ ମରାଯାଉଥିବା ଘଟଣା ସ।ମ୍ନାକୁ ଆସୁଛି । ଯାହାକୁ ନେଇ ପରିବେଷ ବିତ ମାନେ ଅସନ୍ତେ।ଷ ପ୍ରକାଶ କରିଛନ୍ତି ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ