March 28, 2024

Satya News

odia news channel

ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ: ଲେଖାଶ୍ରୀ

 

ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁର ପରୀ ହତ୍ୟା ଘଟଣାରେ ଗାଁର ଯୁବକ ସରୋଜ ସେଠୀଙ୍କ ବୟାନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସଂପର୍କରେ ସରୋଜ ଯେଉଁ ଅଭିଯୋଗ କରିଛନ୍ତି, ଯଦି ତାହା ସତ ହୋଇଥାଏ, ତା ହେଲେ ସାଂଘାତିକ ବୋଲି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ କହିଛନ୍ତି ଯେ, ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ। ମନ୍ତ୍ରୀ ଅରୁଣ ସାହୁ ଓ ସହଯୋଗୀ ବାବୁଲି ନାୟକ କିପରି ଖସିଯିବେ, ସେଥିଲାଗି ରାଜ୍ୟ ସରକାର ଏସ୍ଆଇଟି ଲଗେଇଥିବା ସେ ଅଭିଯୋଗ କରିଛନ୍ତି।

ତଥ୍ୟ ପ୍ରମାଣ ନଷ୍ଟ କରି, ଜଣେ ନିର୍ଦ୍ଦୋଷକୁ ଦୋଷୀ ସାବ୍ୟସ୍ତ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ଏନେଇ ବର୍ତ୍ତମାନ ସୁଦ୍ଧା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି।

ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ଯଦୁପୁର ଗାଁର ଯୁବକ ସରୋଜ ସେଠୀ। ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଥିବା ବେଳେ ସରୋଜ କହିଥିଲେ ଯେ- “ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍‌ ମୋତେ ୫ ଲକ୍ଷ ଯାଚିଥିଲେ। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଥିବା ନେଇ ସେ ଗଣମାଧ୍ୟମକୁ କହିଛନ୍ତି ।

Spread the love