
ବ୍ରହ୍ମପୁର : ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ୍ ଟିମ୍ । ଟାଟା ମୋଟର୍ସରେ ଚାକିରୀ କରାଇ ଦେବା ନାଁରେ ଠକେଇ ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ସହ ଗୋପାଳ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ରବିବାର କ୍ରାଇମବ୍ରାଞ୍ଚ୍ର ଏକ ଟିମ୍ ବ୍ରହ୍ମପୁରରେ ପହଞ୍ଚି ଛାନ୍ ଭିନ୍ ଚଳାଇଛି ।
ଛାନଭିନ୍ ପୂର୍ବରୁ ରବିବର ରାତିରେ ଦକ୍ଷିଣାଞ୍ଚଳ ରେଞ୍ଜ୍ ଡିଆଇଜିଙ୍କ ଅଫିସରେ ବସିଥିଲା ବୈଠକ । ଗୋପାଳପୁର ନିର୍ବାଚନ ମଣ୍ଡଳୀର ୬୮ଜଣ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରୀ । କରାଇ ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କେତେଜଣଙ୍କୁ କ୍ରାଇମବ୍ରାଞ୍ଚ୍ ଟିମ୍ ପଚରାଉଚରା କରିଥିବା ଜଣାପଡିଛି ।
ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ନିଜକୁ ଟାଟା କମ୍ପାନୀ ଏମଡି ପରିଚୟ ଦେଇ ଟଙ୍କା ଠକେଇ କରିଥିବା ଭିଜିଲାନ୍ସ ହାତରେ ଠୋସ୍ ପ୍ରମାଣ ଲାଗିଛି । ପାଠକ ପରିବାର ସହ ଜଡିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଭିଜିଲାନ୍ସ ସ୍କାନରକୁ ଚାଲି ଆସିଛନ୍ତି । ଲକ୍ ଡାଉନ୍ ବେଳେ ପାଠକ ପରିବାର ସହ ପ୍ରଦୀପ ପାଣିଗ୍ରାହୀ ଅନେକ ଥର ଚାର୍ଟର ବିମାନରେ ଅନେକ ବିଭିନ୍ନ ସ୍ଥାନ ବୁଲିଥିବା ନିଜେ ସ୍ବୀକାର କରିଛନ୍ତି ।
ମୁମ୍ବାଇ, ଦିଲ୍ଲୀ, ପାଟଣା ଭଳି ସହରକୁ ଉଭୟ ପରିବାର ୫ ଥର ଯାଇଥିବା ଜଣାପଡିଛି । ଯେଉଁ ଟ୍ରେଭେଲ ଏଜେନ୍ସୀ ଜରିଆରେ ଚାର୍ଟର ବିମାନ ବୁକିଂ କରାଯାଇଛି ସଂପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି । ପାଠକଙ୍କ ସହ ଲିଙ୍କରେ ଥିବା କିଛି ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ଜେରା ପାଇଁ ନୋଟିସ୍ କରାଯାଇଥିବା ଜଣାପଡିଛି ।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ