December 1, 2023

Satya News

odia news channel

୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ

୩୧ରୁ ବଜେଟ ଅଧିବେଶନ
ନୂଆଦିଲ୍ଲୀ,୧୫ ।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ରୁ ଆରମ୍ଭ ହେବ । ଉକ୍ତ ଦିନ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁୟାରୀ ୩୧ରୁ ଫେବୃୟାରୀ ୧୧ ଯାଏ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ ।

Spread the love