ଝାରସୁଗୁଡ଼ା,୧୪/୨: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୨୦୧୬ ମସିହା ମା’ ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଶୁକ୍ରବାର ଛତିଶଗଡ଼ ପୋଲିସ ସୂଚନା ଦେଇଛି। ପୋଲିସର ସୂଚନା ଅନୁଯାୟୀ, ୨୦୧୬ ମସିହାର ମା’ ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ। ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୋଲିସ ପ୍ରମାଣ ପାଇଛି। ଏ ନେଇ ଛତିଶଗଡ଼ ପୋଲିସ ପକ୍ଷରୁ ଅପରାହ୍ଣରେ ସାମ୍ବାଦିକସମ୍ମିଳନୀ କରାଯାଇ ସୂଚନା ଦିଆଯାଇପାରେ। ଅନୁପ ସାଏଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ