
ମାଲକାନଗିରି: ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲା ତିମେନାର ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ କରି ଦିଆଯାଇଛି। ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ୱଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।
ସେପଟେ ଗତକାଲି ମାଥିଲି ଥାନା ଗୋଲିଆରେ ଜଣେ ଠିକାଦାର ସୁକୁମାର ମଣ୍ଡଳଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଥିଲେ । ଗତକାଲି ସକାଳେ ୧୫ରୁ ୨୦ ଜଣ ମାଓବାଦୀ ରାସ୍ତା କାର୍ଯ୍ୟ ବନ୍ଦ କରିବା ସହ ଗାଡିରେ ନିଆ ଲଗାଇ ଦେଇଥିଲେ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ