April 19, 2024

Satya News

odia news channel

ଦୀପାବଳି ପୂର୍ବରୁ ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର

 

ନୂଆଦିଲ୍ଲୀ  : ଦୀପାବଳି ପୂର୍ବରୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ନୂଆ ରେକର୍ଡ ସୃଷ୍ଟି କରିଛି । ୬ ନଭେମ୍ବର ସୁଦ୍ଧା ବିଦେଶା ମୁଦ୍ରା ଭଣ୍ଡାର ୫୬୮.୪୯ ବିଲିୟନ ଡଲାରରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି । ବିଦେଶ ମୁଦ୍ରା ଭଣ୍ଡାର ମାତ୍ର ଗୋଟିଏ ସପ୍ତାହରେ ୭.୭୭ ବିଲିୟନ ଡଲାର ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଅକ୍ଟୋବର ୩୦ ଶେଷ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୮.୩ ବିଲିୟନ ଡଲାର ବୃଦ୍ଧି ପାଇ ୫୬୦.୭୧୫ ବିଲିୟନ ଡଲାରରେ ପହଞ୍ଚିଥିଲା । ତେବେ ବିଦେଶୀ ମୁଦ୍ରା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଏଫସିଏ ବୃଦ୍ଧି । ଏଫସିଏର ବିଦେଶୀ ମୁଦ୍ରା ଭଣ୍ଡାରରେ ମହତ୍ତ୍ବପୂର୍ଣ୍ଣ ଭାଗିଦାରି ରହିଛି ।  ରିଜର୍ଭ ବ୍ୟାଙ୍କ କହିବା ମୁତାବକ ଏଫସିଏ ୬.୪୦୩ ବିଲିୟନ ଡଲାର ବୃଦ୍ଧି ପାଇ ୫୨୪.୭୪୨ ବିଲିୟନ ଡଲାରରେ ପହଞ୍ଚିଛି । ଏଫସିଏକୁ ଡଲାରରେ ଦର୍ଶାଯାଏ କିନ୍ତୁ ଏଥିରେ ୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅନ୍ୟ ବିଦେଶୀ ମୁଦ୍ରା ମଧ୍ୟ ସାମିଲ ଥାଏ ।

କେତେ ବଢିଛି ସୁନା ଭଣ୍ଡାର ?

ନଭେମ୍ବର ୬ ଶେଷ ସପ୍ତାହରେ ସ୍ବର୍ଣ୍ଣ ଭଣ୍ଡାର ୧.୩୨୮ ବିଲିୟନ ଡଲାର ବୃଦ୍ଧିପାଇ ୩୭.୫୮୭ ବିଲିୟନ ଡଲାରରେ ପହଞ୍ଚିଛି । ଦେଶର ଅନ୍ତଃରାଷ୍ଟ୍ରୀୟ ମୁଦ୍ରା କୋଷରେ ମିଳିଥିବା ବିଶେଷ ଉଠାଣ ଅଧିକାର ୭୦ ଲକ୍ଷ ଡଲାର ବଢି ୧.୪୪୮ ବିଲିୟନ ଡଲାରରେ ପହଞ୍ଚିଛି । ସେହିଭଳି ଆଇଏଫସିରେ ଜମା ମୁଦ୍ରା ଭଣ୍ଡାର ୪ କୋଟି ଡଲାର ବୃଦ୍ଧି ପାଇ ୪.୬୭୬ ବିଲିୟନ ଡଲାରରେ ପହଞ୍ଚିଛି ।

ଗତ କିଛି ଦିନ ହେଲା ଦେଶର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ଭଲ ଖବର ଆସିବାରେ ଲାଗିଛି । କରୋନା ମହାମାରୀ ଭିତରେ ଅର୍ଥନୀତି କିଛି ମାତ୍ରାରେ ସୁଧାର ଆସିବା ଦେଶର ଅର୍ଥ ବ୍ୟବସ୍ଥା ପାଇ ଟନିକ ସଦୃଶ । ମ୍ୟାନୁଫ୍ୟାକ୍ଚରିଂ ଏବଂ ଇ-ଓ୍ବେ ବିଲ କ୍ଷେତ୍ରରେ ଆଶାନୁରୂପ ଅଭିବୃଦ୍ଧି ଦେଖାଦେଇଛି । ଏହାରି ଭିତରେ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିବା ଅର୍ଥ ବ୍ୟବସ୍ଥା ପାଇଁ ନିହାତି ଭାବେ ଶୁଭ ଖବର । କରୋନା ମହାମାରୀରେ ଧୂଳିସାତ ହୋଇଯାଇଥିବା ଭାରତର ଅର୍ଥ ବ୍ୟବସ୍ଥା ମୁଣ୍ଡ ଟେକି ଛିଡା ହେବାପାଇଁ ସମୟ ଲାଗିବ ସତ କିନ୍ତୁ କିଛି କିଛି ସେକ୍ଟରରେ ବଜାର କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହା ପୂର୍ବରୁ କରୋନା ପାଇଁ ଦେଶର ଅର୍ଥବ୍ୟବସ୍ଥା ବହୁତ ଖରାପ ହୋଇଯାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ​‌ତ୍ରୖମାସିକରେ ଦେଶର ଜିଡିପି ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ଆସୁଛି । ଜିଏସଟି ମଧ୍ୟ ଆଶାନୁରୂପ ଆଦାୟ ହୋଇଛି।

Spread the love