March 29, 2024

Satya News

odia news channel

ସାଧାରଣତନ୍ତ୍ର ଦିବସରେ ବିସ୍ଫୋରଣ

ଆସାମରେ ୪ ଗ୍ରେନେଡ୍ ଆକ୍ରମଣ, ଉଲ୍ଫା ଉଗ୍ରପନ୍ଥୀଙ୍କ ସମ୍ପୃକ୍ତି ସନ୍ଦେହ
ଗୁଆହାଟୀ, ୨୬ ।୧: ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ରବିବାର ସକାଳେ ଚାରି ଚାରିଟି ଗ୍ରେନେଡ୍ ଆକ୍ରମଣ ଘଟାଇ ଆସାମକୁ ଥରାଇଦେଇଛନ୍ତି ଉଲ୍ଫା ଉଗ୍ରପନ୍ଥୀ । ଦିବ୍ରୁଗଡ଼ ଜିଲାର ୩ ଓ ଚରାଇଡେଓ ଜିଲାର ଗୋଟିଏ ସ୍ଥାନରେ ହୋଇଛି ଏହି ବିସ୍ଫୋରଣ । ଦିବ୍ରୁଗଡ଼ର ଗ୍ରାହାମ ବଜାର ଓ ଏଟି ରୋଡ ଗୁରୁଦ୍ୱାରାରେ ପ୍ରଥମ ଦୁଇଟି ବିସ୍ଫୋରଣ ହୋଇଥିବାବେଳେ ତୈଳ ସହର ଦୁଲିଆଜନର ଏକ ଥାନା ନିକଟରେ ଅନ୍ୟଟି ହୋଇଥିବା ପୋଲିସ କହିଛି । ସେହିପରି ଚରାଇଡେଓ ଅନ୍ତର୍ଗତ ଟେଓକ ଘାଟରେ ମଧ୍ୟ ଆଉ ଏକ ବିସ୍ଫୋରଣ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରି ନଥିବାବେଳେ ପୋଲିସ ତନାଘନା ଚଳାଇଥିବା ଡିଜି ଭାସ୍କର ଜ୍ୟୋତି ମହନ୍ତ ସୂଚନା ଦେଇଛନ୍ତି ।

Spread the love