April 26, 2024

Satya News

odia news channel

ଗଜପତି ଜିଲ୍ଲାରେ ୨୬ ଶିକ୍ଷକ ଓ ୨ ଜଣ ଛାତ୍ର କରୋନାରେ ଆକ୍ରାନ୍ତ

ଗଜପତି: ପୁଣି ଫେରିଲା କରୋନା। ଥମିଯାଇଥିବା କରୋନା ପୁଣି ଥରେ କାୟାବିସ୍ତାର କରିବାରେ ଲାଗିଛି। ଗଜପତି ଜିଲ୍ଲାରେ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି। ୨ ଜଣ ଛାତ୍ର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋହନା ବ୍ଲକରୁ ସର୍ବାଧିକ ୨୧ ଶିକ୍ଷକ ସଂକ୍ରମିତ ହୋଇଛନ୍ତି। ପଜିଟିଭ ଚିହ୍ନଟ ଶିକ୍ଷକ ଓ ଛାତ୍ରଙ୍କୁ ସ୍କୁଲ ଆସିବା ବାରଣ ହୋଇଛି। ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ଶିକ୍ଷକ ଓ ଛାତ୍ର ସମସ୍ତେ ଲକ୍ଷଣହୀନ। ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ପାତ୍ର ସୂଚନା ଦେଇଛନ୍ତି।

ସେହିପରି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଣ୍ଡୁଆଳି ଗାଁରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ପୂର୍ବରୁ ଏହି ଗାଁରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କଣ୍ଟାକ୍ଟ ଟ୍ରେସିଂରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଅଞ୍ଚଳରେ ୭ ଜଣିଆ ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରୁଛନ୍ତି। ଏହାସହ ଖଣ୍ଡୁଆଳି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଆଗାମୀ ୭ ଦିନ ପାଇଁ ଖଣ୍ଡୁଆଳି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଛି। ତେବେ କେଉଁମାନେ ଏମାନଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି, କଣ୍ଟାକ୍ଟ ଟ୍ରେସିଂ କରାଯିବା ପରେ ପୁଣି ଟେଷ୍ଟିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଟିକା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ।
Spread the love