April 20, 2024

Satya News

odia news channel

ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ରିମାଣ୍ଡରେ ନେଲା ପୋଲିସ ରିମାଣ୍ଡରେ ଗଲେ ଡି ବ୍ରଦର୍ସ

 

କଟକ: ସିଡିଏ ଘରୁ ପୁଳା ପୁଳା ଗୁଳି ଓ ବନ୍ଧୁକ ଜବତ ହେବା ମାମଲାରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ୍। ଜେଲରେ ଥାଇ କଟକରେ ଡି ବ୍ରଦର୍ସ କିପରି ଚଳାଇଥିଲେ ବନ୍ଧୁକ କାରବାର? ଦୁଇ ଭାଇ କିଭଳି ଓ କାହା ମାଧ୍ୟମରେ ଚଳାଇଥିଲେ ଏହି କାରବାର ସେନେଇ ଉଭୟଙ୍କୁ ଜେରା କରାଯିବ। ଏଥିଲାଗି ସ୍ପେଶାଲ ଟିମ୍ ଗଠନ କରାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କ ସମେତ ଏସିପି ଓ ଆଇଆଇସିଙ୍କୁ ନେଇ ଏହି ଟିମ ଗଠନ ହୋଇଥିବା ଜଣାପଡିଛି।

ଗତ ୧୦ ତାରିଖରେ ଧଳ ସାମନ୍ତଙ୍କ ଘରୁ ୭ଟି ବନ୍ଧୁକ ଓ ୧୦୫୫ ରାଉଣ୍ଡରୁ ଅଧିକ ଗୁଳି ଜବତ କରିଥିଲା ପୋଲିସ୍। ଏନେଇ ମାମଲା ରୁଜୁ କରି ଚୌଦ୍ୱାର ପୋଲିସ ଦୁଇ ଭାଇଙ୍କୁୁ ପକ୍ଷଭୁକ୍ତ କରିଥିଲା। ଏଥିପାଇଁ ଗତକାଲି ବଡ ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗିର ଜେଲ ଓ ସାନଭାଇ ସୁଶିଲ ଧଳସାମନ୍ତକୁ ବାଲେଶ୍ୱର ଜେଲରୁ ଆଣି କଟକ ଜେଏମଏଫସି ରୁରାଲ୍ କୋର୍ଟରେ ହାଜର କରାଯାଇଥିଲା।

ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବାଲାଗି କମିଶନରେଟ ପୋଲିସ ବୋଲି ପୂର୍ବରୁ କହିଥିଲା। ତେବେ ଏନେଇ ସୂଚନା ଦେଇଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଡି ବ୍ରଦର୍ସଙ୍କୁ ଅଧିକ ପଚରାଉଚରା କରାଯିବ କହିଲେ ସିପି କହିଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି ଯେ  ଡି ବଦର୍ସ ଘର ଉପରେ ଚଢ଼ାଉରେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଛି। ଘର ଭିତରେ ଇଣ୍ଟେରିୟର ଡିଜାଇନ ଭିତରେ ଲୁଚାଇ ରଖିଥିଲେ। ବିହାର ମୁଙ୍ଗେରରୁ ଚୋରା ବନ୍ଧୁକ ଏଠାକୁ ଆସିଥିବା ସିପି ସୂଚନା ଦେଇଛନ୍ତି।

ଅପରାଧୀ ପ୍ରକାଶ ବେହେରା ଗିରଫ ହେବା ପରେ ତଥ୍ୟ ଦେଇଥିଲା। ପ୍ରକାଶ ବେହେରାର ତଥ୍ୟ ଆଧାରରେ ଚଢ଼ାଉ କରି ଧରାଯାଇଛି। ସରୋଜ ସେଠୀ ବନ୍ଧୁକ ଦେଇଥିବା ପ୍ରକାଶ ବେହେରା କହିଥିଲା। ୪ଟି ବାଇକ୍ ଜବତ ହୋଇଥିଲା ଓ ଚଢ଼ାଉ ପରେ ୮ ଜଣ ଗିରଫ ହୋଇଛନ୍ତି।

କଟକର ମାଫିଆ ଡନ୍ ଧଳସାମନ୍ତଙ୍କ ଘରେ ପୋଲିସ ଚଢ଼ାଉ କରିଛି। ରେଡ୍ ବେଳେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଜବତ କରାଯାଇଛି। ଜବତ ଗୁଳିର ପରିମାଣ ୫୦୦ ରାଉଣ୍ଡରୁ ଅଧିକ ବୋଲି ଜଣାପଡ଼ିଛି। ଗୋଟିଏ ସିଲ୍ ବାକ୍ସ ଭିତରୁ ଏହିସବୁ ଗୁଳି ମିଳିଛି। ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।

କିଛିଦିନ ତଳେ ସନ୍ଧ୍ୟାରେ ଡି ବ୍ରଦର୍ସ ଭାବେ ଜଣାଶୁଣା ସୁଶିଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କ କଟକ ସିଡିଏ ସ୍ଥିତ ବାସଭବନ ଉପରେ ଚଢ଼ାଉ କରିଥିଲା। କମିଶନରେଟ୍ ପୋଲିସ ପୂର୍ବରୁ ଏହି ଘରୁ ହିଁ ଧଳସାମନ୍ତଙ୍କ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ। ତା ସହ ଏହି ଘରୁ ଲକ୍ଷେ ଟଙ୍କା ମଧ୍ୟ ଜବତ ହୋଇଥଲା। ସେବେଠାରୁ ଧଳସାମନ୍ତଙ୍କ ଏହି ଘର ଉପରେ ପୋଲିସ ନଜର ରଖିଥିବା କୁହାଯାଉଛି।  ତେବେ ଅନେକ ସମୟରେ ଅପରାଧୀଙ୍କୁ ଧରିବାକୁ ପୋଲିସ  ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାଏ। ଆଉ ଏବେ ସେହି ଜାଲରେ ପଡିଛନ୍ତି ଡି ବ୍ରଦର୍ସ।

Spread the love