
ଭୁବନେଶ୍ୱର: ରାଜ୍ୟରେ କମିଲା କରୋନା ପାଇଁ କରାଯାଉଥିବା RTPCR ଟେଷ୍ଟର ମୂଲ୍ୟ। ଏଣିକି ଘରୋଇ ଲ୍ୟାବ୍ରେ RTPCR ପରୀକ୍ଷା ପାଇଁ ସର୍ବାଧିକ ୪ ଶହ ଟଙ୍କା ଦେବାକୁ ପଡ଼ିବ। ଜିଏସ୍ଟି ସହ ଟେଷ୍ଟ ଫି’ ବାବଦରେ ସର୍ବାଧିକ ୪ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଫି ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଥମେ RTPCR ଟେଷ୍ଟ ପାଇଁ ସରକାର ୨୨ ଶହ ଟଙ୍କା ସ୍ଥିର କରିଥିଲେ। ଜିଏସ୍ଟିକୁ ମିଶାଇ ବିଭିନ୍ନ ଘରୋଇ ଲ୍ୟାବ୍ ଓ ହସ୍ପିଟାଲ୍ରେ ରୋଗୀଙ୍କଠାରୁ ୨୪ଶହରୁ ୨୬ ଶହ ଟଙ୍କା ଯାଏ ନିଆ ଯାଉଥିଲା। ଏହାପରେ ସରକାର RTPCR ଟେଷ୍ଟର ମୂଲ୍ୟ ୧୨ ଶହ ଟଙ୍କା କରିଥିଲେ। ଏବେ ଏହାକୁ ୪ ଶହ ଟଙ୍କାକୁ ହ୍ରାସ କରିଛନ୍ତି।
ଅନ୍ୟପକ୍ଷେ, RTPCR ଟେଷ୍ଟ ମୂଲ୍ୟକୁ ନେଇ ଆବେଦନ ସୁପ୍ରିମକୋର୍ଟରେ ପହଁଞ୍ଚିଥିଲା। RTPCR ଟେଷ୍ଟ ବାବଦରେ ୨୬ ଶହରୁ ଅଧିକ ଟଙ୍କା ନିଆଯିବା ରୋଗୀଙ୍କଠାରୁ ଏକପ୍ରକାର ଲୁଟ୍ ବୋଲି ଜଣେ ଆଇନଜୀବୀ ଆବେଦନ କରିଥିଲେ। ଏପରିକି ଟେଷ୍ଟର ମୂଲ୍ୟ ସର୍ବାଧିକ ୪ ଶହ ଟଙ୍କା କରିବାକୁ କହିଥିଲେ। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ।
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା