February 11, 2026

ନିର୍ଭୟା ମାମଲା: ସୁପ୍ରିମ କୋର୍ଟରେ ଘୁଞ୍ଚିଲା କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ, ୭/୨: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ପରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କେନ୍ଦ୍ରର ଆବେଦନ ଉପରେ ଶୁକ୍ରବାର ସୁପ୍ରିମ କୋର୍ଟରେ ଶୁଣାଣି କରାଯିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଆଜି ପରିବର୍ତ୍ତେ ମଙ୍ଗଳବାର ଏହାର ଶୁଣାଣି ହେବ। ସୂଚନାଯୋଗ୍ୟ, ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କେନ୍ଦ୍ର ସରକାର ଆବେଦନ ଆବେଦନ କରିଥିବାବେଳେ ଦିଲ୍ଲୀ ହାଇକୋର୍ଟରେ ଏହା ଖାରଜ ହୋଇଥିଲା। ଏହି ରାୟକୁ ସରକାର ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବା ସହ ନ୍ୟାୟିକ ପ୍ରକ୍ରିୟା ସାରିଥିବା ଦୋଷୀଙ୍କ ଡେଥ ୱାରେଣ୍ଟ ଜାରି କରିବାକୁ ସରକାର ଆବେଦନ କରିଛନ୍ତି।

Spread the love