March 24, 2023

Satya News

odia news channel

ଜାମ୍ମୁ-କାଶ୍ମୀର ଓ ଲଦାଖରେ ତୁଷାରପାତ: ଆଗାମୀ ଦୁଇ ଦିନ ବର୍ଷା ସମ୍ଭାବନା, ଆଲର୍ଟ ଜାରି

 

ଲଦାଖ  : ଜାମ୍ମୁ କାଶ୍ମୀର ଓ ଲଦାଖର ଉଚ୍ଚତମ ସ୍ଥାନରେ ଶନିବାର ଦିନ ତୁଷାରପାତ ହୋଇଛି। ତୁଷାରପାତ ଯୋଗୁଁ ଶ୍ରୀନଗର-ଲେହ ରାଜମାର୍ଗ ବନ୍ଦ କରାଯାଇଛି। ଲଦାଖର ତଳିଆ ଅଞ୍ଚଳରେ ବର୍ଷା ହୋଇଛି। ଅଧିକାରୀଙ୍କ କହିବାନୁଯାୟୀ, ଶେଷ ସୂଚନା ମିଳିବ ଯାଏଁ, ଉତ୍ତର କାଶ୍ମୀରର ବାରମୁଳା ଜିଲ୍ଲା ପ୍ରସିଦ୍ଧ ସ୍କି ରିସୋର୍ଟ ଗୁଲମାର୍ଗ ଏବଂ ମଧ୍ୟ କଶ୍ମୀରର ପର୍ଯ୍ୟଟନ କେନ୍ଦ୍ର ସୋନମାର୍ଗରେ ତୁଷାରପାତ ହୋଇଛି।

ଅଧିକାରୀ କହିଛନ୍ତି ଉତ୍ତର କାଶ୍ମୀରର ବନ୍ଦୀପୁରା ଜିଲ୍ଲା ଗୁରେଜ ଓ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଯୋଜିଲା ଦର୍ରା ଓ ଦ୍ରାସରେ ମଧ୍ୟ ତୁଷାରପାତ ହୋଇଛି। ତୁଷାରପାତ ଯୋଗୁଁ ଅଧିକାରୀ ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ କରିଦେଇଛନ୍ତି। ଏହି ରାଜପଥ ଜାମ୍ମୁ କାଶ୍ମୀରକୁ ଲଦାଖ ସହ ସଂଯୋଜିତ କରିଥାଏ ଏବଂ ଯୋଜିଲା ଦର୍ରା ଦେଇ ଯାଇଥାଏ। କାଶ୍ମୀର ଘାଟିର ତଳିଆ ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁଁ ତାପମାନ ତଳକୁ ଖସି ଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନ ଯାଏଁ ବର୍ଷା ଓ ତୁଷାରପାତ ଜାରି ରହିବ। ଶନିବାର ରାତିରେ ଓ ରବିବାର ଦିନ ସବୁଠାରୁ ଅଧିକ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ଏହାପରେ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ଅଧିକାରୀ କହିଛନ୍ତି।

Spread the love