February 15, 2026

କରୋନା ସଂକ୍ରମିତ ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ

 

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍‌ଡ ଟ୍ରମ୍ପ ଜୁନିୟର କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଜୁନିୟର ଟ୍ରମ୍ପଙ୍କ ପ୍ରବକ୍ତା ଶୁକବ୍ରାର ଏହି ସୂଚନା ଦେଇଛନ୍ତି।  ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଟ୍ରମ୍ପ ଜୁନିଅର କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଗତ ସପ୍ତାହ ପ୍ରାରମ୍ଭରେ ଜଣାପଡ଼ିଥିଲା। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ ନିଜ କ୍ୟାବିନ୍‌ରେ ଆଇସୋଲେସନରେ ରହୁଛନ୍ତି।

ତେବେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତଥାପି ସେ କୋଭିଡ ଗାଇଡଲାଇନ ମାନିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେଉଛନ୍ତି। ଟ୍ରମ୍ପ ଜୁନିୟର (୪୨) ଙ୍କ ପୂର୍ବରୁ ତାଙ୍କ ଛୋଟ ଭାଇ ବେରୋନ, ପିତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

ସୂଚନାଥାଉ କି, ଆମେରିକାରେ କୋଭିଡ କେସ ବଢୁଥିବାରୁ ଉଦବେଗ ପ୍ରକାଶ କରଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌।

 

Spread the love