
ଇସ୍ଲାମବାଦ: ହୁଏତ ବିବାହ ଏକ ସାଧାରଣ କଥା। ନିର୍ଦ୍ଦିଷ୍ଟ ବୟସ ଆସିଲେ ସମସ୍ତେ ବିବାହ କରନ୍ତି । ହେଲେ ସିଆଲକୋଟ ବାସିନ୍ଦା ଅଦନାନଙ୍କ ବାହାଘର କଥା ନିଆରା। ତାଙ୍କ ବାହାଘର କାହାଣୀ ଶୁଣିଲେ ଆପଣ ବି ଚକିତ ହୋଇଯିବେ। କାରଣ ମାତ୍ର ୨୨ ବର୍ଷ ବୟସରେ ଅଦନାନ ୪ର୍ଥ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ତାଙ୍କର ପୂର୍ବରୁ ୩ ଜଣ ପତ୍ନୀ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଅଦନାନଙ୍କ ଏହି ୪ ର୍ଥ ବିବାହ ପାଇଁ ତିନି ପତ୍ନୀ ବିରୋଧ କରୁନାହାନ୍ତି। ବରଂ ସେମାନେ ସମସ୍ତେ ମିଶି ପତ୍ନୀ ଖୋଜିବାରେ ଅଦନାନଙ୍କୁ ସାହାଯ୍ୟ କରୁଛନ୍ତି।
୧୬ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ ଅଦନାନ୍। ଏହାପରେ ୨୦ ବର୍ଷ ବୟସରେ ପଢିବା ସମୟରେ ସେ ଦ୍ୱିତୀୟ ବିବାହ କରିଥିଲେ। ଗତବର୍ଷ ଅଦନାନ ତୃତୀୟ ବିବାହ କରିଥିଲେ।ଏବେ କରିବେ ୪ର୍ଥ ବିବାହ। ୪ର୍ଥ ବିବାହ ପାଇଁ ଅଦନାନା ଏକ ସର୍ତ୍ତ ମଧ୍ୟ ରଖିଛନ୍ତି।
ଏଥର ସେ ଏପରି ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଯାହାଙ୍କ ନାମ ଇଂରାଜୀ ଅକ୍ଷର ‘S’ରୁ ଆରମ୍ଭ ହୋଇଥିବ। କାରଣ ତାଙ୍କର ଅନ୍ୟ ତିନି ପତ୍ନୀଙ୍କ ନାମ ମଧ୍ୟ ‘S’ରୁ ଆରମ୍ଭ । ସେମାନଙ୍କ ନାମ ଶୁମ୍ବଲ, ଶୁବାନା ଏବଂ ଶାହିଦା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍