
ବାରିପଦା : ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। ପୁଣି ଶିଶୁଙ୍କ ଶବ୍ଦରେ ଖେଳି ଉଠୁଛି ଅଙ୍ଗନବାଡ଼ିର ଚାରି କାନ୍ଥ। ତେବେ କରୋନା କଟକଣା ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବେ କୁନି କୁନି ଶିଶୁ । ତେବେ ଏତେ ଦିନ ପରେ ପୁଣି ଥରେ କୁନି ପିଲାଙ୍କୁ ପାଖରେ ପାଇଁ ଭାବବିହ୍ୱଳ ହେଲେ ଅଙ୍ଗନବାଡ଼ି ଦିଦି ଓ ସହାୟିକା ।
ବାରିପଦା ତଖତପୁରର ଅଙ୍ଗନବାଡ଼ିର ଅଭୂତପୂର୍ବ ଦୃଶ୍ୟ। ଅନେକ ଦିନ ପରେ ଶିଶୁଙ୍କୁ ପାଟିତୁଣ୍ଡରେ ଫାଟି ପଡ଼ୁଛି ଅଙ୍ଗନୱାଡ଼ି କେନ୍ଦ୍ର। କରୋନା କଟକଣା ଯୋଗୁଁ ଦୀର୍ଘ ଦଶ ମାସ ପରେ ପୁଣି ମା’ ମାନେ ନିଜ ନିଜ ଶିଶୁଙ୍କୁ ଧରି ଆସିଛନ୍ତି ଅଙ୍ଗନବାଡ଼ି। ପୂର୍ବରୁ ଏଥିପାଇଁ ସମସ୍ତ ପ୍ରକାର ଆନୁସାଙ୍ଗିକ ପ୍ରସ୍ତୁତି ଶେଷହୋଇଥିଲେ ସୁଦ୍ଧା, ଗତ କାଲି ଠାରୁ ଙ୍ଗନୱାଡ଼ି କେନ୍ଦ୍ର ସାନିଟାଇଜ୍ କରିଥିଲେ ଦିଦି। ଆଜି ସକାଳ ନଅଟାରେ ଶିଶୁ ମାନେ ଆସିବା ପରେ ଖୁବ୍ ଖୁସିରେ ହସି ଉଠିଲା ଅଙ୍ଗନବାଡ଼ି କେନ୍ଦ୍ର ।
ଫେବ୍ରୁଆରୀ ଗାଇଡ ଲାଇନ୍ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିଛି। ଏନେଇ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରିଦିଆଯାଇଥିଲା। ଆଉ ସେହି ସମୟରେ ଘରକୁ ଘର ଯାଇ ରନ୍ଧା ଖାଦ୍ୟ ଓ ଅଣ୍ଡା ଯୋଗାଇ ଦିଆଯାଉଥିଲା ।
ତେବେ ଅଙ୍ଗନୱାଡ଼ି ଖୋଲିବା ପରେ କୌଣସି ସ୍ଥାନରେ କରୋନା ସଂକ୍ରମଣ ଦେଖା ଦେଲେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ମାନି ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ। ସଂକ୍ରମଣର ଆଶଙ୍କା ଥିଲେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ସେଚତନ ରହିବା ପାଇଁ ଅଙ୍ଗନୱାଡ଼ି ଦିଦି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଅଙ୍ଗନୱାଡି କେନ୍ଦ୍ର ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲାଯିବ। ଏଥିରେ ପିଲାମାନଙ୍କୁ ୬ ଫୁଟ ଦୂରରେ ସାମାଜିକ ଦୂରତା ସହ ବସାଇବାକୁ କୁହାଯାଇଛି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ