September 16, 2025

କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ନିହତ

 

ନୂଆଦିଲ୍ଲୀ: ଇରାନ୍‌ର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍‌ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି।

ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ  ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାରକିଛି ଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି। ତେଣୁ ଏହି ଘଟଣା ପଛରେ ଉଭୟ ଅଧିକାରୀଙ୍କ ହାତ ଥିବା କୁହାଯାଉଛି।

Spread the love