September 27, 2023

Satya News

odia news channel

ନେତାଜୀ ଜୟନ୍ତୀ ଅବସରରେ ଆଇକନିକ୍ ସପ୍ତାହ ପାଳିବ ସ୍ବରାଷ୍ଟ୍ର ମନ୍ତ୍ରାଳୟ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରି ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ ପାଳନ କରାଯାଉଛି। ଜାନୁଆରି ୨୦ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିଆରପିଏଫ, ଆଇଟିବିପି ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ନେତାଜୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତା ୨୦ ତାରିଖ ପ୍ରଭାତ ଫେରି, ଗଣଦୌଡ଼, କଟକ ଷ୍ଟୁଆର୍ଟ ସ୍କୁଲ ପରିସରରେ ରକ୍ତଦାନ ଶିବିର, ରେଭେନ୍ସା କଲେଜିଏଟ୍ ସ୍କୁଲ କ୍ୟାମ୍ପସରେ ବୃକ୍ଷରୋପଣ କରାଯିବ । କଟକ ସହିଦ ଭବନ ପରିସରରେ ଡାକ ଟିକେଟ ପ୍ରଦର୍ଶନୀ, ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ, କବି ସମ୍ମିଳନୀ ଆୟୋଜନ କରାଯିବ। ସେହିପରି ଅପରାହ୍ଣ ସାଢ଼େ ୫ଟାରେ ସହିଦ ଭବନଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Spread the love