March 28, 2024

Satya News

odia news channel

Ola ଖୋଲିବାକୁ ଯାଉଛି ବିଶ୍ବର ସବୁଠୁ ବଡ଼ ସ୍କୁଟର ଫ୍ୟାକ୍ଟ୍ରି : ୧୦,୦୦୦ଲୋକଙ୍କୁ ମିଳିବ ଚାକିରୀ ସୁଯୋଗ

 

ନୂଆଦିଲ୍ଲୀ : ଭାରତର ପ୍ରମୁଖ କ୍ୟାବ୍ କମ୍ପାନୀ Ola ଘୋଷଣା କରିଛି ଯେ ସେ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିରେ ହସ୍ତାକ୍ଷର କରିଛି। କମ୍ପାନୀ ଏଠାରେ ସବୁଠୁ ବଡ଼ ସ୍କୁଟର ଫ୍ୟାକ୍ଟ୍ରି ଖୋଲିବାକୁ ଯାଉଛି। କମ୍ପାନୀର ଦାବି ରହିଛି ଯେ ଏହି ନୂଆ ଫ୍ୟାକ୍ଟ୍ରିର ଆରମ୍ଭ ହେବା ସହ ତାମିଲନାଡ଼ୁରେ ବହୁଳ ମାତ୍ରାରେ ଲୋକଙ୍କୁ ଚାକିରୀ ମିଳିବାର ସୁଯୋଗ ସୃଷ୍ଟି ହେବ।

କମ୍ପାନୀ ଦ୍ବାରା ପ୍ରାପ୍ତ ସୂଚନା ଅନୁସାରେ Ola ଏହି ଫ୍ୟାକ୍ଟ୍ରିର ନିର୍ମାଣରେ ପାଖାପାଖି ୨,୪୦୦କୋଟି ଟଙ୍କାର ବିନିଯୋଗ କରିବ। ଏହି ଫ୍ୟାକ୍ଟ୍ରିର ବାର୍ଷିକ ଉତ୍ପାଦନ କ୍ଷମତା ୨୦ଲକ୍ଷ ୟୁନିଟସ୍ ରହିବ। ଏହି ଫ୍ୟାକ୍ଟ୍ରିରୁ ୧୦,୦୦୦ଲୋକଙ୍କ ଚାକିରୀ ମିଳିବାର ସମ୍ଭାବନ ରହିଛି। କମ୍ପାନୀର କହିବା ଅନୁସାରେ ଏହି ଫ୍ୟାକ୍ଟ୍ରି କେବଳ ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଏହା ଦ୍ବାରା ଦେଶର ପ୍ରାଯୁକ୍ତିକ କ୍ଷେତ୍ରରେ ବଳ ମିଳିବ। ଇଲେକ୍ଟ୍ରିକ ମୋବିଲିଟି କ୍ଷେତ୍ରରେ ଲୋକାଲ୍ ମାନୁଫ୍ୟାକ୍ଚରିଂକୁ ମଧ୍ୟ ଗୁରୁତ୍ବ ମିଳିବ।

ଏହି ଫ୍ୟାକ୍ଟ୍ରିରେ ନିର୍ମିତ ଗାଡ଼ିଗୁଡ଼ିକୁ ୟୁରୋପୀୟ,ଏସିୟ ଏବଂ ଲାଟିନ୍ ଆମେରିକୀୟ ବଜାରରେ ମଧ୍ୟ ରପ୍ତାନୀ କରାଯିବ। କମ୍ପାନୀ ଖୁବ୍ ଶୀଘ୍ର ବଜାରରେ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାର ପ୍ରସ୍ତୁତି କରୁଛି। ଏହା ପୂର୍ବରୁ କମ୍ପାନୀ ଘୋଷଣା କରିଥିଲା ଯେ ସେ ନିଜ ଇଲେକ୍ଟ୍ରିକ୍ ମୋବିଲିଟି ବିଜନେସ୍ ପାଇଁ ୨୦୦୦ଲୋକଙ୍କୁ ହାୟର କରିବ।

ଭାରତରେ ମଧ୍ୟ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଛି,ଖାସ୍ କରି ଦୁଇ ଚକିଆ ସେଗମେଣ୍ଟରେ ଲୋକେ ଅଧିକ ଆଗ୍ରହ ଦେଖାଉଛନ୍ତି। ଏବର୍ଷ ଆରମ୍ଭରେ ବଜାଜ ଅଟୋ ନିଜ ଚେତକ ଏବଂ TVS Motors ଆଇକ୍ୟୁବ୍ ଇଲେକ୍ଟ୍ରିକ ସ୍କୁଟରକୁ ବଜାରରେ ଛଡ଼ାଯିବ। ଏହା ବ୍ୟତୀତ ବଜାରରେ ଇଲେକ୍ଟ୍ରିକ୍ କାରର ମଧ୍ୟ ବିସ୍ତୃତ ରେଞ୍ଜ ରହିଛି।

Spread the love