
ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମୁଥିବା ହେତୁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
ସେ କହିଛନ୍ତି ଯେ ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅକ୍ଟୋବର ୩୧ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷାଫଳ ପ୍ରକାଶ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲା, ତାହା ପୂରଣ କରିଛି ଉଚ୍ଚଶିକ୍ଷା ବିଭାଗ । ଯୁକ୍ତ ତିନିର ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ପିଜି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ ଲାଇନ୍ ଅନୁଯାୟୀ କଲେଜ ଖୋଲିବାକୁ ପଦକ୍ଷେପ ନିଆଯିବ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ