November 30, 2023

Satya News

odia news channel

ନିର୍ମିତ ହେଲା ପ୍ରଥମ ଜୀବନ୍ତ ରୋବଟ୍‌ ବା ‘ଜେନୋବଟ୍‌’

ନୂଆଦିଲ୍ଲୀ,୧୫/୧: ଆମେରିକୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ବିଶ୍ୱର ପ୍ରଥମ ଜୀବନ୍ତ ରୋବଟ୍‌ ବା ‘ଜେନୋବଟ୍‌’। ବେଙ୍ଗ ଭ୍ରୂଣର ଟୁକୁରାକୁ ବ୍ୟବହାର କରି ସେମାନେ ଏହି ଅଭିନବ ମେସିନ୍‌ ତିଆରି କରିଛନ୍ତି। ମଣିଷ ଶରୀର ମଧ୍ୟରେ ଔଷଧ ଭର୍ତ୍ତି କରାଇବା, ରେଡିଓଆକ୍ଟିଭ୍‌ ଆବର୍ଜ୍ଜନା ପରିଷ୍କାର କରାଇବା ଏବଂ ସମୁଦ୍ରରୁ ମାଇକ୍ରୋପ୍ଲାଷ୍ଟିକ୍‌ ଗୋଟାଇବା ଆଦି କାର୍ଯ୍ୟ କରିପାରିବ ଏହି ରୋବୋଟ୍‌। ଏହାର ପ୍ରସ୍ତ ମାତ୍ର ଏକ ମିଲିମିଟର ହୋଇଥିବାବେଳେ ଗୋଟାଏ ବେଙ୍ଗ ଭ୍ରୂଣରୁ ଅଣାଯାଇଥିବା ଦୁଇଟି ଭିନ୍ନ ପ୍ରକାରର ଜୀବକୋଷକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ଏକତ୍ର ସିଲାଇ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବର୍‌ମଣ୍ଟ୍‌ ବିଶ୍ୱବିଦ୍ୟାଳୟର ରୋବଟିକ୍‌ ବିଶେଷଜ୍ଞ ଜୋସୁଆ ବନ୍‌ଗାର୍ଡଙ୍କ ମତ୍ତରେ ଏଗୁଡ଼ିକ ପାରମ୍ପରିକ ରୋବଟ୍‌ ନୁହନ୍ତି କି, କୌଣସି ଜଣାଶୁଣା ପ୍ରାଣୀର ପ୍ରଜାତି ନୁହନ୍ତି। ଏଗୁଡ଼ିକ ଅଭିନବ ମେସିନ୍‌। ଏହା ମଣିଷ ତିଆରି ଗୋଟାଏ ଜୀବନ୍ତ ଏବଂ ପ୍ରୋଗ୍ରାମିଂ କରିହେଉଥିବା ସତ୍ତା।

Spread the love