April 19, 2024

Satya News

odia news channel

ବଜେଟ୍ ଅଧିବେଶନର ୨ୟ ଦିନ: ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର,୧୫/୨: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ଶନିବାର ଆରମ୍ଭ ହୋଇଥିବାବେଳେ ପ୍ରବଳ  ହଟ୍ଟଗୋଳ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା‌ ସମୟର ଗଣମାଧ୍ୟମର ପ୍ରସାରଣ ଓ ପ୍ରକାଶନ ଉପରେ  ରୋକ ନେଇ ଜାରି କରିଥିବ‌ା ରୁଲିଂ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳର ସଦସ୍ୟମାନେ ଏହି ହଟ୍ଟଗୋଳ କରିଥିଲେ। ଫଳରେ ଆଜି ଗୃହ କାର୍ଯ୍ୟ ଗୋଟିଏ ମିନିଟ୍ ମଧ୍ୟ ଚାଲି ପାରିନଥିଲା। ଫଳରେ ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି। ସାଢେ ୧୧ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣୀ ପୁଣି ବିରୋଧୀ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲେ। ଫଳରେ ପୁନର୍ବାର ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

Spread the love