March 28, 2023

Satya News

odia news channel

ପିକ୍ଅପ୍ ଭ୍ୟାନ-ଟ୍ରକ୍ ଧକ୍କା: ଦୁଇ ମୃତ

କେନ୍ଦୁଝର,୩୦/୧: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାନୁସାରେ, ଦୁଇଟି ପରିବା ବୋଝେଇ ପିକ୍-ଅପ୍ ଭ୍ୟାନ୍ ଖରାପ ଥିବାରୁ ନେଙ୍କଡ଼ାଘର ନିକଟରେ ଛିଡ଼ା ହୋଇଥିଲା। ରାତିରେ ଦୁଇଗାଡ଼ିର ଚାଳକ ପିକ୍ଅପ୍ ଭ୍ୟାନକୁ ସଜାଡ଼ୁଥିଲେ। ସେହି ସମୟରେ ପଛରୁ ଏକ ଲୁହା ବୋଝେଇ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପିକ୍ଅପ୍ ଭ୍ୟାନର ଦୁଇ ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିକ୍ଅପ୍ ଭ୍ୟାନ୍ ଦୁଇଟି ଯାଜପୁର ଜିଲ୍ଲାର କୁଆଖିଆରୁ ପରିବା ନେଇ ରାଞ୍ଚି ଯାଉଥିବା ଜଣାପଡ଼ିଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love