April 16, 2026

ଅତାବିରା ଶାସ୍ତ୍ରୀ ନଗରରେ ଟ୍ରକ୍ ଚାପାରେ ଜଣେ ମୃତ

 

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଞ୍ଚଳରେ ଜବର ଦଖଲ ଯୋଗୁଁ ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହେବା ଓ ଏହି ସଂକୀର୍ଣ୍ଣ ରାସ୍ତାରେ ବଡ ବଡ଼ ଯାନ ବାହନ ଯିବା ଆସିବା ଜନିତ ଟ୍ରାଫିକ ସମସ୍ୟା ଯୋଗୁଁ ଦିନକୁ ଦିନ ଅମୂଲ୍ୟ ଜୀବନ ଅକାରଣରେ ଚାଲି ଯାଉଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଥିଲେ ବି ଏହାର କିଛି ବିକଳ୍ପ ଯେମିତି ସରକାର ତଥା ପ୍ରଶାସନ ପାଖରେ ନଥିବା ଭଳି ମନେ ହୁଏ । ଏମିତି ଆଜି ପୁଣି ଏକ ଅମୂଲ୍ୟ ଜୀବନ ଚାଲିଯାଇଛି । ଅତାବିରା ଏନ୍ଏସି ୱାର୍ଡ ନଂ ୮ ଶାସ୍ତ୍ରୀନଗର (ବୈମାନ୍ ଟିକ୍ରା) ସ୍ଥିତ ପେଟ୍ରୋଲ ପମ୍ପ ପାଖରେ ଟ୍ରକ୍ ଚାପାରେ ଭୋଇପୂରା ପଧାନ ଟିକ୍ରାର ଲକ୍ଷ୍ମଣ ଧରୁଆ (୪୫)ଙ୍କ ମୃତ୍ୟୁ ଘଟିଛି।

Spread the love