July 27, 2024

Satya News

odia news channel

ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ

 

ନୂଆଦିଲ୍ଲୀ: ‘ମନ କୀ ବାତ୍‍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି । ଆଜି ୯୧ତମ ‘ମନ କୀ ବାତ୍‍’ କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ କଥା ଉଠାଇଛନ୍ତି । ସେ କହିଛନ୍ତି ଭାରତର ସ୍ୱାଧୀନତାକୁ ୭୫ବର୍ଷ ପୂରଣ କରୁଛି । ତେଣୁ ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଏଥି ସହିତ ପ୍ରଧାନମନ୍ତ୍ରୀ ଭାରତ ପାଇଁ ସହିଦ ହୋଇଥିବା ସମସ୍ତ ମହାନ ବିପ୍ଳବୀଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ ଆଜାଦିର ଅମୃତ ମହୋତ୍ସବ କଥା ‘ମନ କୀ ବାତ୍‍’ କାର୍ଯ୍ୟକ୍ରମରେ କହିଛନ୍ତି ।

ସେ କହିଛନ୍ତି କି ଆଜାଦିର ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନର ରୂପ ନେଉଥିବାର ଦେଖି ମୁଁ ବହୁତ ଖୁସି । ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହି ଜୁଲାଇରେ ଆଜାଦି କି ଟ୍ରେନ୍ ଏବଂ ରେଳ ଷ୍ଟେସନ୍ କରିବା ଦିଗରେ ପ୍ରୟାସ କରାଯାଇଛି । ସ୍ୱାଧୀନତା ସଂଗ୍ରାମର ଲୋକମାନେ ଭାରତୀୟ ରେଳର ଭୂମିକା ବେଶ୍‍ ଜାଣିଛନ୍ତି । ସେଥିଲାଗି ଏହିପରି ପ୍ରୟାସର ଲକ୍ଷ୍ୟ ରଖାଯାଇଛି । ଝାଡଖଣ୍ଡର ଗୋମୋ ଜଙ୍କସନ ବର୍ତ୍ତମାନ ସରକାରୀ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ ଗୋମୋ ନାମରେ ପରିଚିତ ଥିବା ସେ କହିଛନ୍ତି ।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ଅନେକ କଥା ‘ମନ କୀ ବାତ୍‍’ କାର୍ଯ୍ୟକ୍ରମରେ କହିଛନ୍ତି । ଦେଶରେ ମହୁ ଉତ୍ପାଦନ ବୃଦ୍ଧି ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମର ପାରମ୍ପାରିକ ସ୍ୱାସ୍ଥ୍ୟ ବିଜ୍ଞାନରେ ମହୁକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଆୟୁର୍ବେଦ ଗ୍ରନ୍ଥଗୁଡ଼ିକରେ ମହୁକୁ ଅମୃତଭଣ୍ଡା ବୋଲି ବର୍ଣ୍ଣନା କରାଯାଇଛି । କେବଳ ମହୁରେ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟପାଇଁ ବହୁ ହିତକର । ବର୍ତ୍ତମାନ ଦେଶରେ ମହୁ ଉତ୍ପାନ ବୃଦ୍ଧି ପାଇଛି ।

ତେଣୁ ମହୁ ରପ୍ତାନି ମଧ୍ୟ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଜାଦିକା ଅମୃତ ମହୋତ୍ସବ କଥା ଉଠାଇଛନ୍ତି । ସେ କହିଛନ୍ତି, ଅଗଷ୍ଟ ୧୩ରୁ ୧୫ ପର‌୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ‘ହର ଘର ତିରଙ୍ଗା’ ଆୟୋଜନ କରାଯାଉଛି । ଏହି ଅଭିଯାନର ଏକ ଅଂଶ ହେବାକୁ ସେ କହିଛନ୍ତି ।

Spread the love