March 10, 2025

ଆଠଗଡ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାରେ ଯୋଗଦେଲେ ୪୮ ବିମାନ

 

ଆଠଗଡ: ରାଜା ରାଜୁଡା ଅମଳରୁ ଚାଲିଆସିଥିବା ପ୍ରାଚୀନ ପରମ୍ପରା ଆଠଗଡର ନିଆରା ତଥା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୌରନିର୍ବାଚନ ଲାଗି ଚଳିତ ବର୍ଷ ପଞ୍ଚୁଦୋଳ ପରଦିନ ଅର୍ଥାତ ୨୪ତାରିଖରେ ହେବାକୁ ଥିବା ହୋଲି ଉତ୍ସବ ସର୍ବଭାରତୀୟ ହୋଲି ସହିତ ୧୯ତାରିଖରେ ଏଠାରେ ମଧ୍ୟ ହୋଲି ଖେଳ ସରିଯାଇଥିଲା। ଏହି ନିର୍ବାଚନ ପାଇଁ ଚଳିତବର୍ଷ ପଞ୍ଚୁଦୋଳ ଯାତ୍ରାରେ ମଧ୍ୟ ସହରରେ ଫିକା ପଡିଯାଇଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପଞ୍ଚୁଦୋଳ ଯାତ୍ରାରେ ରାଧାଗୋବିନ୍ଦ ଜୀଉଙ୍କ ପଞ୍ଚୁଦୋଳ ଯାତ୍ରାରେ ଶ୍ରୀ ରାଧାଗୋବିନ୍ଦ, ଶ୍ରୀ ଅଟ୍ଟାଳି ଜଗନ୍ନାଥ, ଶ୍ରୀ ରଘୁନାଥ ଏବଂ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କର ଚାନ୍ଦି ବିମାନ ସହିତ ଆଠଗଡ ସହର ଓ ପୁରପଲ୍ଲୀରୁ ୪୮ଟି ବିମାନ ଯୋଗଦେଇଥିଲେ।

Spread the love