February 15, 2025

ଏସବିଆଇ କଲା ବଡ଼ ପରିବର୍ତ୍ତନ । ଏବେ ଏପରି କାଢ଼ିପାରିବେ ଏଟିଏମରୁ ଟଙ୍କା…

ଏସବିଆଇ କଲା ବଡ଼ ପରିବର୍ତ୍ତନ । ଏବେ ଏପରି କାଢ଼ିପାରିବେ ଏଟିଏମରୁ ଟଙ୍କା…
ନୂଆବର୍ଷରେ ଏଟିଏମରୁ ଟଙ୍କା ଉଠାଇବାର ଉପାୟ ଜାଣନ୍ତୁ

ଏଟିଏମରେ ହେଉଥିବା ଠକେଇକୁ ରୋକିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଜାନୁୟାରୀ ପହିଲା ରାତିରୁ ଟଙ୍କା ଉଠାଇବା ପାଇଁ ଓଟିପିକୁ ବାଧ୍ୟତାମୂଳକ କରିବାକୁ ଯାଉଛି । ଯଦି ଆପଣ ଏସବିଆଇର ଡେବିଟ କାର୍ଡ ଜରିଆରେ ଏହି ବ୍ୟାଙ୍କର ଏଟିଏମ କାଉଣ୍ଟରରୁ ରାତି ୮ଟାରୁ ସକାଳ ୮ଟା ମଧ୍ୟରେ ଟଙ୍କା କାଢ଼ିବେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ୱାନ ଟାଇମ ପାସୱାର୍ଡ (ଓଟିପି) ଆସିବ । ସେହି ଓଟିପିକୁ ଏଟିଏମରେ ଏଣ୍ଟର କରିବା ପରେ ହିଁ ଟଙ୍କା ବାହାରିବ ।

ବ୍ୟାଙ୍କ ଏହି ବ୍ୟବସ୍ଥା ୧୦ ହଜାର କିମ୍ବା ତଦୂଦ୍ଧ୍ୱର୍ ଟଙ୍କା ଉଠାଇବା ଉପରେ ଲାଗୁ କରିବାକୁ ଯାଉଛି । ଏସବିଆଇ ଅଧିକାରୀଙ୍କ ଅନୁସାରେ ଏଟିଏମରୁ ବେଆଇନ ଭାବେ ଲେଣଦେଣ ଓ ଜାଲିଆତି ଘଟଣା ବଢ଼ିବାରେ ଲାଗିଛି । ଏସବୁକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏଥିରେ ଜଣାପଡ଼ିଥିଲା ଯେ ୬୮% ଠକାମି ରାତିରେ ହିଁ ହେଉଛି । ସିଷ୍ଟମ ଦ୍ୱାରା ଓଟିପି ଜେନେରେଟ କରାଯିବ, ଯେଉଁଥିରେ କି ଉଭୟ ସଂଖ୍ୟା ଓ ଅକ୍ଷର ଇଂଲିଶରେ ରହିବ । ଏହି ଓଟିପି ମାତ୍ର ଥରେ ଟ୍ରାନଜାକସନ ପାଇଁ କାମ କରିବ ଏବଂ ନିର୍ଦ୍ଧରିତ ଅବଧି ପରେ ଆପେ ଆପେ ନିଷ୍କ୍ରିୟ ହୋଇଯିବ ।
ବ୍ୟାଙ୍କ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ଓଟିପି ବ୍ୟତୀତ ସିଷ୍ଟମରୁ ଟଙ୍କା ଉଠାଇବା ସମ୍ପର୍କିତ କୌଣସି ନିୟମରେ ପରିବର୍ତ୍ତନ କରାଯାଇ ନାହିଁ । ଓଟିପି ବ୍ୟବସ୍ଥା ଏବେ କେବଳ ସେହି ଏସବିଆଇ ଡେବିଟ କାର୍ଡ ଧାରୀଙ୍କ ପାଇଁ ଲାଗୁ ହେବ, ଯେଉଁମାନେ ଉକ୍ତ ବ୍ୟାଙ୍କର ଏଟିଏମ ବ୍ୟବହାର କରୁଛନ୍ତି । ଯଦି ଆପଣ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ପଇସା କାଢ଼ୁଛନ୍ତି ତେବେେ ଏହି ନିୟମ ଲାଗୁ ହେବ ନାହିଁ । ଅନୁରୂପ ଭାବେ ଯଦି ଆପଣ ଅନ୍ୟ ବ୍ୟାଙ୍କର ଡେବିଟ କାର୍ଡ ଜରିଆରେ ଏସବିଆଇ ଏଟିଏମରୁ ଟଙ୍କା ଉଠାଉଛନ୍ତି ତେବେ ତା’ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ ।

Spread the love