July 27, 2024

Satya News

odia news channel

ଏ ଆର ରହମାନଙ୍କ ନାମରେ ନାମିତ ହେଲା କାନାଡ଼ାର ରାସ୍ତା

 

ମୁମ୍ବଇ: ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରାଯାଇଛି। ମିଳିଥିବା ସୂଚନା ମୁତାବକ, କାନାଡ଼ାର ମରଖମ ସହରର ଏକ ରାସ୍ତାର ନାମ ବଦଳାଇ ଏଆର ରହମାନ ରଖାଯାଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୩ରେ ମରଖମ(କାନାଡା)ର ଅନ୍ୟ ଏକ ରାସ୍ତାକୁ ସଂଗୀତକାର ଏ ଆର୍ ରହମାନ(୪୭)ଙ୍କ ନାମରେ ଆଲ୍ଲାହ-ରଖା-ରହମାନ ସେଣ୍ଟ ନାମରେ ନାମିତ ରଖାଯାଇଥିଲା।

ଏ ଆର୍ ରହମାନ ନିଜେ ଏ ବିଷୟରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ମରଖମ ମେୟରଙ୍କ ସହ ଫଟୋ ଶେୟାର କରି ସେ ଲେଖିଛନ୍ତି, ମରଖମ ସହର, ଫ୍ରାଙ୍କ୍ ସ୍କାରପିଟ୍ଟୀ ଏବଂ କାନାଡାବାସୀ ଦେଇଥିବା ଏହି ସମ୍ମାନ ପାଇଁ ମୁଁ କୃତଜ୍ଞ।

Spread the love