October 23, 2024

Satya News

odia news channel

କଣ୍ଟାବାଞ୍ଜି ସହର ପାଇଁ ୨.୫ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବିତ

 

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ କରିଛନ୍ତି। ଏନେଇ କଣ୍ଟାବାଞ୍ଜି ବିଜେଡି କାର୍ଯ୍ୟଳୟରେ ବିଜେଡି ନେତା ଅଜୟ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସହରର ଉନ୍ନତିକରଣ ପାଇଁ ସମୁଦାୟ ୨୨ଟି ପ୍ରକଳ୍ପ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପ୍ରକଳ୍ପ ମଧ୍ୟରେ ୧୫ ଲକ୍ଷରେ ୨ଟି କ୍ଷୁଦ୍ର ଉଦ୍ୟାନ, ୬୭ ଲକ୍ଷରେ ୭ଟି ପବ୍ଲିକ ଜିମ, ୧୫ ଲକ୍ଷରେ ୨ଟି ଶିଶୁ କ୍ରୀଡା ଉଦ୍ୟାନ, ୧କୋଟି ୫ ଲକ୍ଷରେ ୭ଟି ପାଦଚଲା ରାସ୍ତା, ୧୪ ଲକ୍ଷରେ ୪ଟି ଶୌଚାଳୟ, ୩୪ ଲକ୍ଷରେ ଗୋଟିଏ ଭେଣ୍ଡିଙ୍ଗ ଜୋନ ଭଳି ପ୍ରକଳ୍ପ ରହିଛି ଯାହା କଣ୍ଟାବାଞ୍ଜି ଜନସାଧାରଣଙ୍କ କାମରେ ଆସିବ।

Spread the love