April 26, 2026

କର୍ମଭୂମିରୁ ଜନ୍ମଭୂମିକୁ ଫେରିଲେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ

 

ରାଇରଙ୍ଗପୁର,୧୨/୦୪:  ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ସୋମବାର ନିଜର କାର୍ଯ୍ୟକାଳ ସମାପ୍ତ କରି ଝାଡଖଣ୍ଡରୁ ନିଜର ଜନ୍ମଭୂମି ରାଇରଙ୍ଗପୁରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଞ୍ଚିରୁ ହେଲିକେପ୍ଟର ଯୋଗେ ସେ ଆସି ସ୍ଥାନୀୟ କଚେରୀ ପଡିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରିଥିଲେ।

ପ୍ରଶାସନ ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା। ଅଞ୍ଚଳର ବିକାଶ ପାଇଁ ସବୁବେଳେ ନିଜର ଚେଷ୍ଟା ରଖିଥିବା ଦ୍ରୌପଦୀ ମୁର୍ମୁଙ୍କୁ ପାଛୋଟି ନେବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜିଲ୍ଲାର ସମସ୍ତ ବିଜେପି ବିଧାୟକ, ବରିଷ୍ଠ ନାଗରିକ ସଂଘ, ଓକିଲ ସଂଘ, ବଣିକ ସଂଘ, ପ୍ରେସ କ୍ଳବ, ପ୍ରଜାପତି ବ୍ରହ୍ମ କୁମାରୀ ଆଶ୍ରମର ଗୁରୁମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ମହୁଲଡିହା ସ୍ଥିତ ନିଜ ଘରକୁ ଯିବା ବାଟରେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Spread the love