![](https://satyanews24.in/wp-content/uploads/2021/11/06-6.jpg)
ଶ୍ରୀନଗର: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ସଂପ୍ରତି ୩୮ ଜଣ ପାକିସ୍ତାନି ଆତଙ୍କବାଦୀ ରହିଥିବା ଭାରତୀୟ ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି । ଏହି ଆତଙ୍କବାଦୀଙ୍କ ମଧ୍ୟରୁ ୨୭ ଜଣ ଲସ୍କର ଇ ତଇବା ଏବଂ ୧୧ ଜର ଜୈଶ ଇ ମହମ୍ମଦ ଆତଙ୍କି ଗୋଷ୍ଠୀ ସହିତ ସଂଯୁକ୍ତ ଥିବା ଜଣାଯାଇଛି । ଭାରତୀୟ ସୁରକ୍ଷା ବାହିନୀ ଯବାନମାନେ ସେମାନଙ୍କର ବ୍ୟାପକ ତଲାସି କରୁଛନ୍ତି । ଜମ୍ମୁ କାଶ୍ମୀରରୁ ଆତଙ୍କିଙ୍କୁ ମୂଳପୋଛ କରିବାକୁ ସୁରକ୍ଷା ବାହିନୀ ପକ୍ଷରୁ ଖୁବଶୀଘ୍ର ବଡଧରଣର ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ଜଣାଯାଇଛି ।
ସୁରକ୍ଷା ବାହିନୀ ସୂତ୍ରରୁ ଜଣାଯାଇଛି ଯେ ଏହି ଆତଙ୍କିମାନେ ଜମ୍ମୁ କାଶ୍ମୀରର ବିଭିନ୍ନ ସହର ଏବଂ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଏଠାରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣା ବୃଦ୍ଧି ପାଇବାପରେ ଚଳିତ ବର୍ଷ ଅକ୍ଟୋବରରେ ଆତଙ୍କି ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ଏହି ଦଳ ସଂପ୍ରତି ଆତ୍ମଗୋପନ କରିଥିବା ପାକ ଆତଙ୍କବାଦୀଙ୍କର ସଠିକ ସ୍ଥାନ ତଲାସିରେ ଲାଗିପଡିଛନ୍ତି । ତାହାସହିତ ଜନସାଧାରଣଙ୍କ ମଧ୍ୟରେ ରହି ସେମାନଙ୍କୁ ସହାୟତା କରୁଥିବା ଲୋକଙ୍କ ସମ୍ପର୍କରେ ମଧ୍ୟ ସୂଚନା ସଂଗ୍ରହ କରାଯାଉଛି ।
More Stories
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି
ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର