July 27, 2024

Satya News

odia news channel

କୋକେନ ମାଷ୍ଟରମାଇଣ୍ଡ ହଜରତକୁ ଗିରଫ କଲା ଏସଟିଏଫ-ଓଡ଼ିଶା ପୁଲିସ

 

ଭୁବନେଶ୍ବର: ଆଜି ଏସଟିଏଫ-ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା। ରାଜଧାନୀ ଭୁବନେଶ୍ବରରୁ କୋକେନ ଜବତ ଘଟଣାରେ ଏହାର ମାଷ୍ଟରମାଇଣ୍ଡକୁ ଏସଟିଏଫ-ଓଡ଼ିଶା ପୁଲିସ ଗିରଫ କରିବାରେ ସଫଳ ହୋଇଛି। କୋକେନ ଜବତ ଘଟଣାର ମାଷ୍ଟରମାଇଣ୍ଡ ଗୁଲବେଶ ଖାନ ଓରଫ ହଜରତ ଉତ୍ତର ପ୍ରଦେଶରୁ ଧରାପଡ଼ିଛି। ଉତ୍ତର ପ୍ରଦେଶ ଗାଜିଆବାଦରୁ ଏସଟିଏଫ-ଓଡ଼ିଶା ପୁଲିସ ମିଳିତ ଟିମ ହଜରତକୁ ଧରିବାରେ ସଫଳ ହୋଇଛି। ହଜରତକୁ ଗାଜିଆବାଦ କୋର୍ଟରେ ହାଜର କରାଯିବା ପରେ ଏସଟିଏଫ ଭୁବନେଶ୍ବର ଆଣୁଥିବା ସୂଚନା ମିଳିଛି।

ଗତଏପ୍ରିଲ ୧୨ରେ ଭୁବନେଶ୍ବରରୁ ୨୦୨ ଗ୍ରାମ କେକେନ ଧରାପଡ଼ିଥିଲା। ଏହି ମାମଲାରେ ରବି ଓ ସନ୍ନି କୁମାର ନାମ ଦୁଇଜଣ ଡ୍ରଗ୍ସ ମାଫିଆ ଧରାପଡ଼ିଥିଲେ। ରବି ଓ ସନ୍ନି ମାଷ୍ଟରମାଇଣ୍ଡ ହଜରତଠାରୁ କୋକେନ ଆଣିଥିଲେ।

Spread the love