July 27, 2024

Satya News

odia news channel

ଗାଧୋଇବା ସମୟରେ କେନାଲରେ ଭାସିଗଲେ ୨ ନାବାଳକ, ମିଳିଲା ମୃତଦେହ

 

ଆନନ୍ଦପୁର, ୩୧।୧୦:  ଆନନ୍ଦପୁର ଉପଖଣ୍ଡ ବିଦ୍ଯାଧରପୁର-ଶାଳନିଆ ମୁଖ୍ଯ କେନାଲର ପନ୍ଦାଡୋ ଠାରେ କେନାଲରେ ଗାଧୋଇବା ସମୟରେ ୨ ନାବାଳକ ଭାସିଯାଇଥିଲେ ।  ଖବର ପାଇ ହାଟଡିହି ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ଯରେ ଲାଗି ରହିଥିଲା । ନିଖୋଜ ୨ ଜଣଙ୍କ ମଧ୍ଯରୁ ଜଣକର ମୃତଦେହ ଅଗ୍ନିଶ୍ରମ ବିଭାଗ ପ୍ରଥମେ ଉଦ୍ଧାର କରିଥିବା ବେଳେ ଅନ୍ୟ ନାବାଳକର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି ।

ଉଦ୍ଧାର ହୋଇଥିବା ବାଳକ ପନ୍ଦାଡୋ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ବବୁଲୁ ହୋଇଥିବା ଜଣା ପଡିଛି।  ବବୁଲୁର ସହପାଠୀ ହିମାଂସୁ ରାଉତଙ୍କର ମଧ୍ୟ ମୃତଦେହ ମିଲିଛି ।  ଆଜି ୪ଜଣ ସାଙ୍ଗ ଏକାଠି କେନାଲରେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ବବୁଲୁ ଓ ହିମାଂଶୁ କେନାଲରେ ଭାସିଯାଇଥିଲେ ।

Spread the love