July 27, 2024

Satya News

odia news channel

ଜାମିଆ ହିଂସା: କଂଗ୍ରେସର ପୂର୍ବତନ ବିଧାୟକଙ୍କ ବିରୋଧରେ ଏଫ୍ଆଇଆର୍

ଜାମିଆ ହିଂସା: କଂଗ୍ରେସର ପୂର୍ବତନ ବିଧାୟକଙ୍କ ବିରୋଧରେ ଏଫ୍ଆଇଆର୍

ନାଗରିକ ସଂଶୋଧନ ଆଇନକୁ ନେଇ ଡିସେମ୍ବର ୧୫ରେ ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ୍ରରେ ବିକ୍ଷୋଭ ବେଳେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଥିଲା । ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ କଂଗ୍ରେସର ପୂର୍ବତନ ବିଧାୟକ ଆସିଫ୍ ଖାନ୍ ଓ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ଦାଏର କରିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ନେତା ଆଶୁ ଖାନ୍, ମୁସ୍ତାଫା, ହାଇଦର, ଏଆଇଏସ୍ଏ ସଦସ୍ୟ ଚନ୍ଦନ କୁମାର, ଏସ୍ଅ୍ଧବସ ସଦସ୍ୟ ଆସିଫ ତନ୍ହା ଓ ସିୱାଇଏସ୍ଏସ୍ ସଦସ୍ୟ କାସିମ୍ ଉସ୍ମାନି । ପ୍ରାଥମିକ ତଦନ୍ତରେ ଏମାନଙ୍କ ନାମ ସାମ୍ନାକୁ ଆସିଥିବା ପୋଲିସ କହିଛି ।

Spread the love